April 29, 2026

ଭକ୍ତଙ୍କୁ ଆକୃଷ୍ଟ କଲା ସାଗର ଶ୍ରୀକ୍ଷେତ୍ର ଚକାନାସି ର ବିଦୁର ଶାଗ, ସୁଦାମା ଚାଉଳ ଭଜା ଓ ଦାସିଆ ନଡ଼ିଆ ..

IMG-20251108-WA0003
Share

 

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ର ଚକାନାସି ଠାରେ ସାଗର ଶ୍ରୀକ୍ଷେତ୍ର l ଚିଲିକା କୂଳରେ ଅତିସୁନ୍ଦର ପରିବେଶ ରେ ଚକାନାସି ରେ ଲୀଳା କରୁଥିଲେ ମହାପ୍ରଭୁ l ପ୍ରତିବର୍ଷ ପରି ଚଳିତ ବର୍ଷ କାର୍ତିକ ମାସର ପଞ୍ଚୁକ ମହୋତ୍ସବ ସାତଦିନ କାଳ ମହାଡ଼ମ୍ବରରେ l ଏହିଠାରେ ମୋଗଲ ଆକ୍ରମଣ ସମୟରେ ମହାପ୍ରଭୁଙ୍କର ଏହି ଚକାନାସି ରେ ସ୍ନାନପୂର୍ଣ୍ଣିମା ରଥଯାତ୍ରା କରାଯାଇଥିବାର ଅନୁଷ୍ଠାନ ର ସଭାପତି ପ୍ରକାଶ କରିଥିଲେ l ଏହି ଉତ୍ସବରେ ହଜାର ହଜାର ଭକ୍ତଙ୍କ ମନଜୀଣିଥିଲା ଭକ୍ତ ବିଦୁରଙ୍କ ସାଗଭଜା ସହିତ ସୁଦାମାଙ୍କ ନଡ଼ିଆ ଭୋଗ l ଏହି କାର୍ଯ୍ୟକ୍ରମକୁ ଓଡିଶା ସାହିତ୍ୟ ଏକାଡେମୀ, ସାଗର ଶ୍ରୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ ଓ ବ୍ରହ୍ମପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସାତଦିନ କାଳ ମହୋତ୍ସବ ମହାଡ଼ମ୍ବର ରେ ପାଳନ କରାଯିବା ସହିତ ପ୍ରତିଦିନ ଦିନରାତି ଭଜନ, ପାଲା, ଦାସକାଟିଆ, ଓଡିଶୀ ସହିତ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ