April 27, 2026

କପା ଚାଷୀଙ୍କ ପଞ୍ଜୀକରଣ ପ୍ରଚାର ରଥ ଶୁଭାରମ୍ଭ

IMG-20251008-WA0051
Share

ପାରଳାଖେମୁଣ୍ଡି,

ଭରତୀୟ କପା ନିଗମ ଲିମିଟେଡ଼ ଓ ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କପା ଚାଷୀଙ୍କ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଚଳିତ କପା ବର୍ଷ ୨୦୨୫-୨୬ ଏମଏସପି ଅନୁଯାୟୀ କପା ବିକ୍ରି କରିବାକୁ ଗୁଗୁଲ ପ୍ଲେଷ୍ଟୋଟ ଏଵଂ ଆପଲ ଆଇଓଏସ ପୋଷ୍ଟରେ ଉପଲବ୍ଧ ମୋବାଇଲ୍ ଆପ୍ କପାସ କିଷାନ ମାଧ୍ଯମରେ ଚାଷୀ ମାନେ ନିଜ ନାମ ପଞ୍ଜିକରଣ କରିପାରିବେ। ପଞ୍ଜୀକରଣ କରିବାର ଶେଷ ତାରିଖ ୩୧ ଅକ୍ଟୋବର ୨୦୨୫ । ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରାଯିବ। ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ କରିବା ନିମନ୍ତେ ନିଜ କାଗଜପତ୍ର ଯଥା ଜମି ରେକର୍ଡ, ରାଜସ୍ବ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯଥାର୍ଥ ପ୍ରମାଣିତ କପା ଫସଲର ରେକର୍ଡ, ଆଧାର କାର୍ଡ , ନିଜ ଫୋଟ ସହିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି ।

             ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ, ଶ୍ରୀ ରେବତୀ ମୋହନ ରାଉତ,ସମ୍ପାଦକ,ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ସମେତ ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା କୃଷି ବିଭାଗୀୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।