April 29, 2026

ପୁରୀରେ ଅଲ ଓଡିଶା ଏଚ ଏମ ପ୍ଲାଣ୍ଟ ଅପରେଟର ୟୁନିୟନ ର ବୈଠକ ଅନୁଷ୍ଠିତ l

IMG-20251008-WA0048
Share


ଆଜି ପୁରୀ ସହରର ବଳିଆପଣ୍ଡା ସ୍ଥିତ ଓଁକାରସ୍ୱର ମନ୍ଦିର ପରିସରରେ ଅଲ ଓଡିଶା ଏଚ ଏମ ପ୍ଲାଣ୍ଟ ଅପରେଟର ୟୁନିଅନ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ନୀଳମଣି ସୁନ୍ଦରାୟଙ୍କ ଅଧକ୍ଷତାରେ ସମ୍ପାଦକ ଅମିତ କୁମାର ସାମନ୍ତରାୟ ଙ୍କ ସହିତ ଶତାଧିକ ଅପରେଟର ଅଂଶଗ୍ରହଣ କରିଥିଲେ l ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ଥିଲା ଯେ ପ୍ଲାଣ୍ଟ ରେ ବର୍ଷକ ବାର ମାସ ଡିୟୁଟି ମିଳିବା ସହିତ କମ୍ପାନୀ ମନଇଛା ଛଟେଇ ବନ୍ଦ କରୁ l ଅନୁଷ୍ଠାନ ର ସଭାପତି କହିଥିଲେ ଯେ ନିଯୁକ୍ତି ଦେବା ପୂର୍ବରୁ କମ୍ପାନୀ ଯେଉଁ ସବୁ ପ୍ରଲୋଭନ ଦେଖାଇ ନିଯୁକ୍ତି ଦେଉଛି ତାହାକୁ ଠିକରେ ପାଳନ କରୁନଥିବା ସହିତ ଅପରେଟର ମାନଙ୍କୁ ବର୍ଷକ ବାରମାସ କାମ ଦେଉ ନଥିବା ବେଳେ ବର୍ଷ ଅଧାରୁ କର୍ମଚାରୀ ମାନଙ୍କୁ ଛଟେଇ କରିଦେଉଛି l ଏହା ବିରୁଦ୍ଧରେ ଆଜିର ଏହି ବୈଠକ l ଆଗକୁ କମ୍ପାନୀ ଛଟେଇ ବନ୍ଦ କରିବା ସହିତ ବର୍ଷକ ବାରମାସ କର୍ମଚାରୀ ମାନଙ୍କୁ କାର୍ଯ୍ୟରେ ଯୋଗଦେବା ବନ୍ଦ ନକରିଲେ ସାରା ଓଡିଶା ର ଅପରେଟର ୟୁନିଅନ ବିରାଟ ଆନ୍ଦୋଳନ କରିବା ସହିତ ରାଜରାସ୍ତା କୁ ଓହ୍ଲାଇ ରାଜରାସ୍ତା ବନ୍ଦ କରି ସଚିବାଳୟ ଘେରାଉ କରିବ ଏଥି ସହିତ କମ୍ପାନୀ ନୂତନ ନିଯୁକ୍ତି ଦେଉଥିବା କର୍ମଚାରୀ ମାନଙ୍କୁ କାର୍ଯ୍ୟାଳୟ ରେ ଭର୍ତି କରିଦେବୁନାହିଁ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed