ଉମରକୋଟ ଠାରେ ମାଁ ଦୁର୍ଗା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା……
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ)ଦଶମୀ ପୂଜା ମାଁ’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର।ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳା ମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି।ଏହା ସହିତ ମହିଳା ମାନେ ସିନ୍ଦୂର ଖେଳ କରିଥାନ୍ତି।ଏହି ଅବସରରେ ଉମରକୋଟ ସହରର ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ପୂଜା ପାଇଥିବା ମା’ ଦୁର୍ଗା ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ବାଜଣା ଓ ଡିଜେର ଧୁମ୍ରେ ମା’ଙ୍କୁ ବିଦାୟ ଦିଆଯାଇଛି।ସହରର ପ୍ରମୁଖ ମେଢ଼ ଗୁଡିକ ଗୋଟିଏ ପରେ ଗୋଟିଏ ବିସର୍ଜନ ହୋଇଥିଲା ବେଳେ ଶେଷରେ ଭଞ୍ଜ ମଣ୍ଡପ,ଧର୍ମଶାଳା ଓ ସନ୍ତୋଷି ନଗରର ମା ଦୂର୍ଗା ଙ୍କୁ ବାଜା ବଜାଇ,ବିଭିନ୍ନ ପ୍ରକାର ନୃତ୍ୟ ମାଧ୍ୟମରେ ମହା ସମାରୋହରେ ମେଲାଣି ଦିଆଯାଇଛି।ପ୍ରଶାସନ ପକ୍ଷରୁ କରାଯାଇଥିବା ଭିନ୍ନ ଭିନ୍ନ କୂତ୍ରିମ ପୋଖରୀରେ ମାଁ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଥିଲା ବେଳେ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି।
