October 8, 2024

ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ ଏବଂ ସାଂସ୍କୃତିକ ସନ୍ଧ୍ୟା

Share

 

 

ବେଲଗୁଣ୍ଠା,08/10,ଗଞ୍ଜାମ ଜିଲ୍ଳା ବିଦ୍ୟାଳୟ ସମୂହ ସଂଗଠନ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହେବା ସହିତ ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି I ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ,ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ବଙ୍କା ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ଼, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ଖଇରପୁଟି ସମିତିସଭ୍ୟା ପ୍ରତିନିଧି ବିନୋଦ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦୌଡକୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଳା କ୍ରୀଡ଼ା ଅଧିକାରୀ ସନ୍ତୋଷ କୁମାର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷା ଅଧି୍କାରୀ ସୁଶ୍ରୀ କଲ୍ୟାଣୀ ପାଢୀ, ସମ୍ମାନିତ ଅତିଥି ରୂପେ ଆସିକା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ଭାରପ୍ରାପ୍ତ ଆଞ୍ଚଳିକ ପ୍ରବନ୍ଧକ ଆଶିଷ କୁମାର ମିଶ୍ର,ଆସିକା ଆରବିଆଇ ଡେପୁଟି ମ୍ୟାନେଜର୍ ଦେବାଶିଷ୍ ପାଣିଗ୍ରାହୀ, ଗାଙ୍ଗପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପ୍ରବନ୍ଧକ ଅଭିଷେକ ରାୟ, କ୍ଷତ୍ରିୟବରପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିଚାଳକ ପବିତ୍ର କୁମାର ସାହୁ,ଜିଲ୍ଲା ଶାରୀରୀକ ଶିକ୍ଷା ନୀରିକ୍ଷକ ଭାଗିରଥି ସ୍ଵାଇଁ, ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ,ବେଲଗୁଣ୍ଠା ଓଏଭି ଅଧ୍ୟକ୍ଷ ମାନସରଞ୍ଜନ ଡାକୁଆ ପ୍ରମୁଖ ମଞ୍ଚାସୀନ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ନ୍ଧିତ କରିଥିଲେ I ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଛାୟାକାନ୍ତ ମହାପାତ୍ର ଅତିଥି ସ୍ୱାଗତ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ I ଜିଲ୍ଲା ଶାରୀରୀକ ଶିକ୍ଷା ନୀରିକ୍ଷକ ଭାଗିରଥି ସ୍ଵାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ, ଗାୟତ୍ରୀ ମିଶ୍ର, ପ୍ରତିମା ମହାରଣା, ରାଜ୍ କିଶୋର ସ୍ୱାଇଁ, ସ୍ନେହଲତା ବିଷୋୟୀ, ସନ୍ତୋଷ କୁମାର ପଟ୍ଟନାୟକ,ମୃତ୍ୟୁଞ୍ଜୟ ପଣ୍ଡା,ସନିତ୍ ଜେନା,ଆକୁଳ ସାହୁ, ମନୋଜ ପଟ୍ଟନାୟକ,ସୁକାନ୍ତ ନାୟକଙ୍କ ସମେତ ବିଭିନ୍ନ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ପ୍ରମୁଖ ସହଯୋଗ କରିଥିବାବେଳେ ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ଵାଇଁଙ୍କ ନେତୃତ୍ୱରେ ବ୍ଳକ୍ ର ସମସ୍ତ କ୍ରୀଡ଼ା ଶିକ୍ଷକ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ Iଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ