September 8, 2026

ଗଜପତି:- ସିଆଲିଲଟି ନିକଟ ଅଞ୍ଚଳରେ ଅଡବା ପୋଲିସ ପକ୍ଷରୁ ୩୭୫ କିଲୋଗ୍ରାମ ଗଞ୍ଜେଇ ଜବତ ..

IMG-20260908-WA0021
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡବା ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ୩୭୫ କେଜି: ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଜଣାଯାଇଛି ଯେ , ଗତ ୬ ତାରିଖ ଦିନ ଅଡବା ପୋଲିସ ପକ୍ଷରୁ ପୂର୍ବାହ୍ନ ଦିନ ପେଟ୍ରୋଲିଂ ଚାଲିଥିବା ବେଳେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ଏକ ସନ୍ଧାନ ପୂର୍ବକ ଚଢାଉ କରିଥିଲେ। ଏହି ଚଢାଉ ଅଭିଯାନ ସମୟରେ, ପୋଲିସ ୧୫ ଟି ପ୍ଲାଷ୍ଟିକ୍ ଜରି ବ୍ୟାଗ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖା ଯାଇଥିବା ଦେଖିଥିଲେ । ପୋଲିସ ପକ୍ଷରୁ ସେହି ଜରିବ୍ୟାଗ ଗୁଡ଼ିକ ଚିହ୍ନଟ କରି ସେସବୁକୁ ସନ୍ଦେହରେ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଜଣା ପଡିଥିଲା ଯେ , ସେଥିରେ ସନ୍ଦେହ ଜନକ ଭାବେ ଚୋରା ଗଞ୍ଜେଇ ସବୁ ଭର୍ତ୍ତି ଥିଲା, ଯାହାକୁ କି ଜଙ୍ଗଲର ଏକ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ରଖା ଯାଇଥିଲା ଏବଂ ଅଜଣା ବ୍ୟକ୍ତିମାନେ ଗଞ୍ଜେଇ ସବୁ ପରିବହନ ପାଇଁ ପ୍ରସ୍ତୁତ ହୋଇ ସେ ସବୁକୁ ରଖିଥିଲେ ।

ଏହି ଚଢାଉ ଅଭିଯାନ ଅଡବା ଥାନାର ଏସଆଇ ସୌମ୍ୟରଞ୍ଜନ ବରାଳଙ୍କ ନେତୃତ୍ୱରେ ହୋଇଥିବଳେ ଏଥିରେ ଥାନାର ପୋଲିସ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ।

ଜବତ ଗଞ୍ଜେଇ ସବୁ ତହସିଲଦାର-କମ୍-କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରଧର ପାଢୀଙ୍କ ଉପସ୍ଥିତିରେ ତଲାସୀ, ଓଜନ ଏବଂ ଜବତ ପ୍ରକ୍ରିୟା ହୋଇଥିଲା । ପୃଥକ ସ୍ଥାନରେ କୌଣସି ସ୍ୱାଧୀନ ସରକାରୀ ସାକ୍ଷୀ ଉପଲବ୍ଧ ନ ଥିବାରୁ, ପୋଲିସ କର୍ମଚାରୀ ମାନଙ୍କୁ କାର୍ଯ୍ୟର ସାକ୍ଷୀ ଭାବରେ ସାମିଲ କରା ଯାଇଥିଲା।

ସମସ୍ତ ୧୫ଟି ଗଞ୍ଜେଇ ବସ୍ତା ଯାଞ୍ଚ ଏବଂ ଓଜନ କରିବା ପରେ, ଜବତ ଗଞ୍ଜେଇର ମୋଟ ଓଜନ ୩୭୬ କିଲୋଗ୍ରାମ ୫୦୦ ଗ୍ରାମ ରହିଛି ବୋଲି ଜଣାପଡ଼ିଥିଲା, ଯେତେବେଳେ ଚୋରା ଗଞ୍ଜେଇର ନେଟ ଓଜନ ୩୭୫ କିଲୋଗ୍ରାମ ଥିଲା।

ଏନ:ଡି:ପି:ଏସ ଆଇନ ଅନୁଯାୟୀ ନିର୍ଦ୍ଧାରିତ ଔପଚାରିକତା ପାଳନ କରିବା ପରେ ସନ୍ଧ୍ୟା ପ୍ରାୟ ୫-୩୦ ମିନିଟ୍ ସମୟରେ ଚୋରା ଗଞ୍ଜେଇ ସାମଗ୍ରୀ ସବୁ ଜବତ କରା ଯାଇଥିଲା। ଜବତ ଜରି ପ୍ୟାକେଟ ଗୁଡ଼ିକୁ ସଠିକ୍ ଭାବରେ ପ୍ୟାକିଂ କରାଯିବା ସହ ଘଟଣାସ୍ଥଳରେ ସିଲ୍ କରାଯାଇଥିଲା।

ଏ ସମ୍ପର୍କରେ, ଅଡବା ପି.ଏସ୍. ମାମଲା ନଂ. ୧୯୦/୨୦୨୬ ତାରିଖ ୬/୯/୨୦୨୬ ୟୁ/୨୦(ବି)ଏସ (ii)(ସି) ଏନ:ଡି:ପି:ଏସ ଆଇନର ଅଜ୍ଞାତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପଞ୍ଜୀକୃତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।

ଏହି କାରବାରରେ ସମ୍ପୃକ୍ତ ଥିବା ଅଜଣା ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ଏବଂ ଜବତ ଚୋରା ସାମଗ୍ରୀର ଉତ୍ସ, ଗନ୍ତବ୍ୟସ୍ଥଳ, ପଛ ଏବଂ ଆଗକୁ ଲିଙ୍କ୍ ସ୍ଥାପନ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।

ଅଡବା ପୋଲିସ ଏହି ଅଞ୍ଚଳକୁ ଅବୈଧ ଗଞ୍ଜେଇ ଚାଲାଣରୁ ମୁକ୍ତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି ଏବଂ ପୋଲିସ ତା ସହିତ ଚୋରା ଔଷଧ ଚାଷ, ସଂରକ୍ଷଣ ଓ ପରିବହନ ସମ୍ପର୍କରେ ସୂଚନା ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମହଲରେ ନିଜର ପ୍ରଚେଷ୍ଠା ଜାରି ରଖିଥିବା ଅଡବା ଥାନାଧିକାରୀ ଙ୍କ ପକ୍ଷରୁ ମିଳିଥିବା ପ୍ରେସ ସୂଚନା ପ୍ରକାରେ ଜଣାଯାଇଛି ।

—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–