ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
ବରଗଡ,ତା ୮/୯(ସୁରେନ୍ଦ୍ର କଠାର)
ସରକାରୀ ଉଚ୍ଚ ବିଦ୍ୟାଳୟ ଅତାବିରା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥିଲା । ଏହି ଦିବସର ବିଷୟବସ୍ତୁ ହେଉଛି ‘ ମାନବ,ପୃଥିବୀ ଓ ସମୃଦ୍ଧି ପାଇଁ ସାକ୍ଷରତା ।’ ଉପସ୍ଥିତ ଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଭୋଇ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ । ସାକ୍ଷରତା ବ୍ୟକ୍ତି ,ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆଲୋଚନା କରାଯାଇ ନିଜ ପଡ଼ା,ଗ୍ରାମରେ ଥିବା ଅଣସାକ୍ଷର ଙ୍କୁ ସାକ୍ଷର କରିବା ପାଇଁ ଆସନ୍ତା ୧୧ ତାରିଖରେ ନିଜ ବିଦ୍ଯାଳୟରେ ପଞ୍ଜୀକରଣ ଶିବିର ଆୟୋଜନ କରି ଅଧିକ ଅଣସାକ୍ଷର ଙ୍କୁ ଉଲ୍ଲାସ ପୋର୍ଟାଲ ରେ ପଞ୍ଜୀକରଣ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆହ୍ୱାନ କରିଥିଲେ । ଏହି ଅବସରରେ ନିରକ୍ଷର ଦୂରୀକରଣ ଓ ସାକ୍ଷର ହେବା ପାଇଁ ସଚେତନା ଧର୍ମୀ କାର୍ଡ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିବା ପାଇଁ ଏକ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର୍.ସି.ସି. ,ଶିକ୍ଷକ ସର୍ବେକ୍ଷକ ଏବଂ ସ୍ବେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସଭା ପରିଚାଳନାରେ ସହଯୋଗ କରିଥିଲେ ସି.ଆର୍.ସି.ସି ନନ୍ଦିଘୋଷ ଭୁଏ । ସି.ଆର୍.ସି.ସି. ରଶ୍ମିରାଣୀ ନନ୍ଦ,ସୁଦାମ ଭୋଇ,ରଞ୍ଜନ ବାଗ, ଶିକ୍ଷୟିତ୍ରୀ ପ୍ରତିଭା ବର୍ଗେ,କଲ୍ୟାଣୀ ପତି ଙ୍କ ଦ୍ଵାରା ଏକ ସଚେତନ ଧର୍ମୀ ଅଭିନୟ ପରିବେଷଣ କରାଯାଇଥିଲା । ଶେଷରେ ରଞ୍ଜନ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସି.ଆର୍.ସି.ସି ନୃପ ଭୋଇ,ସିତାପତି ପ୍ରଧାନ,ସୁବାସ ମହାନନ୍ଦ,ଧରମ ନାଏକ,କେଶବ ଛନ୍ଦ,ରାଜୀବ ବିଶ୍ୱାଳ,ତ୍ରିଲୋଚନ ସେଠ୍,ଆଶିଷ ନାଥ ଏବଂ ବଳରାମ ମେହେର ସହଯୋଗ କରିଥିଲେ ।
