September 8, 2026

ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ କେରେମ ପ୍ରତିଯୋଗିତା ଉଦଯାପିତ 

IMG-20260907-WA0101
Share

 

ସମ୍ବଲପୁର, ୦୭. ୦୯:ପସମଲେଶ୍ୱରୀ ଯୁବକ ସଂଘ ତରଫରୁ ଗତ ୨ରିଖରୁ ସଂଘ ଗୃହରେ ଗୋଟିଏ କେରେମ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଯେଉଁଥିରେ ସିଙ୍ଗଲ ରେ ୪୦ ଜଣ ଏବଂ ଡବଲ ରେ ମଧ୍ୟ ୪୦ ଟି ଯୋଡି ଭାଗ ନେଇଥିଲେ ସିଙ୍ଗଲ ରେ ଯୁବରାଜ ବିରୁ କୁ ପରାଜିତ କରିଥିବା ବେଳେ ଡବଲ ରେ ନିଜାମ ଓ ଅଜଗର ଏବଂ ବୁଠି ଓ ବଣ୍ଟି କୁ ପରାଜିତ କରିଥିଲେ l ଫାଇନାଲ ମେଚ ରେ ସଂଘ ର ଉପଦେଷ୍ଟା ଡାକ୍ତର ଶ୍ୟାମ ସୁନ୍ଦର ଧର ମୁଖ୍ୟ ଅତିଥି ହିସାବରେ ଯୋଗଦାନ କରିଥିବା ବେଳେ ରାଜେନ୍ଦ୍ର ରାଏ, ଚମରା ଦାସ, ଏବଂ ବହାଦୁର ରାୟ,ସମ୍ମାନିତ ଅତିଥି ହିସାବରେ ଯୋଗଦାନ କରିଥିଲେ l ଏହି ପ୍ରତିଯୋଗିତାରେ ୭ଜଣ ପୂର୍ବତନ କେରେମ ଖେଳାଳିଙ୍କୁ ଯୁବକ ସଂଘ ତରଫରୁ ସଂମ୍ମାନିତ କରାଯାଇଥିଲା l ସଂଘ ର ସମ୍ପାଦକ ରାମଦାସ ପଣ୍ଡା ଫାଇନାଲ ମେଚ ରେ ଆୟୋଜିତ ସଭା ର ପରିଚାଳନା କରିଥିବାବେଳେ ସଭାପତି ଶଗନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ l ରିଙ୍କୁ ସାହୁ,ଦେବେ ରାୟ, ବିବେକା ଯୁଆଡ଼ି, କୁନ୍ଦନ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ଶୁଭମ ରାଏ, ସୋନୁ, ଆଲୋକ ଦେବ, ପଞ୍ଚାନନ ସିଂ ରାୟ ଏବଂ ଅନ୍ୟ ସଦସ୍ୟମାନେ ମେଚ ପରିଚାଳନା ରେ ସହଯୋଗ କରିଥିବାବେଳେ ଯୁବକ ସଂଘ ର ଉପସଭାପତି ପବିତ୍ର ଦେଓ, କୋଷାଧକ୍ଷ ଶଙ୍କର ମହାକୁଡ଼, ସାଂସ୍କୃତିକ ସମ୍ପାଦକ ଭୋପାଲ ବାଘେଲ,କ୍ରୀଡ଼ା ସମ୍ପାଦକ ଆଶିଷ ରାଏ ଦେବେନ୍ଦ୍ର ରାୟ, ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ l