June 12, 2026

୨ଟି ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ, ୨ଟି କୋଠଘର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ 

IMG-20250908-WA0066
Share

ବୁଗୁଡା : ତା ୦୮/୦୯/୨୫ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ଏକ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ଗୋଲିଆ ଗ୍ରାମସ୍ଥ ଶ୍ରୀ କାନ୍ତ ସ୍ବାମୀ ତପୋବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ କକ୍ଷକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କେ.ନୀଳମାଧବ ଆଚାରୀ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମରେ ନିଖିଳ ଉତ୍କଳ ଦୋରା ସମାଜ କୋଠଘର ଏବଂ ଖଦାଳ ସାହି କୋଠଘର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ ମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ଜଣାଯାଇଛି।