March 11, 2026

ବାଦପୁର ପଞ୍ଚାୟତ ରେ ଦୁଇ ଦାଦନ ଶ୍ରମିକର ମୃତ

hand
Share

 

ଚିକିଟି ଶୁଭଶ୍ରୀ ପ୍ରଧାନ

ତାରିଖ -୦୮/୦୯/୨୦୨୫

ଗଂଜାମ ଜିଲ୍ଲାରେ ଦିନ କୁ ଦିନ ଦାଦନ ଶ୍ରମିକଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାରେ କେଉଁଠି ନା କେଉଁଠି ଦାଦନ ଶ୍ରମିକ ର ମୃତ୍ୟୁ ଖବର ଶୁଣିବାକୁ ମିଳୁଛି । ତିନି ଦିନ ତଳେ ଭୈରପୁର ଗ୍ରାମ ର ଉଜ୍ବଳ ପ୍ରଧାନ ଚେନ୍ନାଇ ଠାରେ ମୃତ୍ୟୁବରଣ କରିଥିଲେ । ରବିବାର ମୃତଶରୀର ଗ୍ରାମ ରେ ପହଞ୍ଚିଥିବାବେଳେ । ଏହି ପଞ୍ଚାୟତ ର ରାଜପୁର ଗ୍ରାମ ର ବାୟା ଦଳେଇ ଙ୍କ ପୁଅ ବିଜୟ ଦଳେଇ ହାଇଦ୍ରାବାଦର ଏକ କମ୍ପାନୀ ରେ କାମକରି ଚଳିଆସୁଥିଲେ । ରବିବାର ଛୁଟି ଦିନ ହେତୁ ଘରେ ବିଶ୍ରାମ ନେ଼ହୁଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ହୃଦଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ତାଙ୍କ ମୃତ ଶରୀର ସୋମବାର ଦିନ ଗ୍ରାମ ରେ ପହଞ୍ଚିଥିଲା । ଶୋକାକୂଳ ପରିବେଶ ମଧ୍ୟରେ ଶବ ସଂସ୍କାର କରାଯାଇଥିଲା । ଉଭୟଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା କରିବାପାଇଁ ସରପଞ୍ଚ ଶଶାଙ୍କ ପାଣିଗ୍ରାହି ଓ ଅଞ୍ଚଳବାସୀ ଦାବୀ କରିଛନ୍ତି।