ନୂଆପଡା ଜିଲ୍ଲାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ…
ଭୁବନେଶ୍ୱର: ( ଦେବାଶିଷ ଦାଶ )
ସୋମବାର ଏକ ଦୁଃଖଦ ତଥା ଏକ ବଡ଼ ଖବର ସାମନାକୁ ଆସିଛି । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢେ଼ାଲକିଆଙ୍କ ପରଲୋକ
ହୋଇଛି । ୪ଥରର ବିଧାୟକ ରାଜେନ୍ଦ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।ପ୍ରକାଶ ଯେ ରାଜେନ୍ଦ୍ର ଢେ଼ାଲକିଆ ୨୦୦୪ ମସିହାରେ ସ୍ୱାଧୀନଭାବେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୯,୨୦୧୯ ଓ ୨୦୨୪ରେ ବିଜେଡି ଟିକେଟରେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ ।୨୦ ନଭେମ୍ବର ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ଢୋଲକିଆ । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । ସେ ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତି ହୋଇଥିଲେ ।
