April 29, 2026

କୋଟପାଡ଼ ଠାରେ ଜ଼ିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

IMG-20250908-WA0031
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯାଳୟ ପରିସର ରେ ଜ଼ିଲ୍ଲା ପାଳ କୋରାପୁଟ ଙ୍କ ମିଳିତ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି.ପଚିଆ ଗ୍ରାମରେ ଠାକୁରାଣୀ ମନ୍ଦିର ନିର୍ମାଣ. ବୋବିୟା. ଚିତ୍ରା.ଗ୍ରାମରେ ସାର ଅଭାବ. ସମେତ ରାସ୍ତାଘାଟ ର ମରାମତି ଇତ୍ୟାଦି ଗୋଷ୍ଠି ଗତ 23ଏବଂ ବ୍ୟକ୍ତି ଗତ 44ମୋଟ 67ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବାର ଜଣା ଯାଇଛି.ଏହି ଶିବିର ରେ ଅତିରିକ୍ତ ଜ଼ିଲ୍ଲା ପାଳ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ. ତହସିଲଦାର ଟ୍ୱଙ୍କିଲ ସେଠୀ. ବିଡ଼ିଓ ସନ୍ଧ୍ୟା ସମରଥ.ଉପସ୍ଥିତ ଥିବା ବେଳେ ଏନଏସି ନିର୍ବାହୀ ଅଧିକାରୀ କୋମଲେସ ମହନ୍ତ. ଥାନା ଅଧିକାରୀ ପରମାନନ୍ଦ ସୁନାନୀ.ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି. ସିଡ଼ିପିଓ ଭାରତୀ ମହାନ୍ତି.ଜ଼ିଲ୍ଲା ସାମାଜିକ ବିଭାଗ ପକ୍ଷରୁ ଆହନା ବୈଦି.ଓଏଲଏମ ବିଭାଗ ରୁ ଗୁପ୍ତ ମାଝୀ,ଆଇଟିଡିଏ ଜୟପୁର ସହକାରୀ ଯନ୍ତ୍ରୀ ଚୈତନ୍ୟ ବାସକି.ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ. ଅତରିକ୍ତ ତହସିଲଦାର ପର୍ଶୁରାମ ଭତରା.ଆରଡି ଯନ୍ତ୍ରୀ ବିପିନ ଟାକରି. ଜଳ ଓ ପରିମଳ ବଭାଗ ଯନ୍ତ୍ରୀ ସମୟ ମାରାଣ୍ଡି ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ.ସ୍ୱୟଂ ସହାୟକ ଗୋଷ୍ଟି ର ମହିଳାଙ୍କୁ କୃଷି.ପାପଡ. ଆଚାର ଏବଂ ବ୍ୟକଗତ ଋଣ ବାବଦ କୁ 75ଲକ୍ଷ 75ହଜାରଟଙ୍କା ଚେକ ପ୍ରଦାନ କରାଯାଇଥିଲା Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହିରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed