March 11, 2026

ଗୁମ୍ମା ବ୍ଲକର ପାତିମୁଲକଲୋନୀ ରେ ଜିଓ ଟାୱାର ସ୍ଥାପନର ୯ ମାସ ପରେ ସୁଦ୍ଧା ଲୋକେ ସେବା ପାଉ ନଥିବା ନେଇ ବିଧାୟକଙ୍କୁ ଜଣାଇଲେ            

IMG-20250908-WA0022
Share

 

ପାରଳାଖେମୁଣ୍ଡି:୮/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଅନ୍ତର୍ଗତଃ ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନିର୍ମାଣ ହୋଇ 9 ମାସ ବିତିଲା. ତଥାପି ନେଟୱର୍କ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁନାହିଁ. ଯଦ୍ୱାରା ଜିଓର ଟାୱାର ସ୍ଥାପନ କରାଯାଇଥିଲେ ସୁଦ୍ଧା ଏହାଦ୍ୱାରା ଲୋକେ କୌଣସି ଭାବେ ଉପକୃତ ହୋଇପାରୁନାହାନ୍ତି ବୋଲି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ଜଣେଇବା ସହ ତୁରନ୍ତ ଏହା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଗ୍ରାମବାସୀମାନେ ବିଧାୟକଙ୍କୁ ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ଗତ ଅଗଷ୍ଟ ମାସ ୨୦୨୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଜିଓ ଅଫିସର ମାନେ ୩/୪ ମାସରେ ନେଟୱାର୍କ ସେବା ଯୋଗାଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜକୁ ପ୍ରାୟ ୯ ମାସ ବିତିଗଲାଣି ଜିଓ ନେଟୱାର୍କ ସେବାରୁ ବଂଚିତ ହୋଇ ପ୍ରାୟ ୪୦୦୦ ସ୍ମାର୍ଟଫୋନ ବ୍ୟବହାରୀ ଯଥା: ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠ, ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସେବା, ବ୍ୟାଙ୍କ ସେବାରୁ ବଂଚିତ ହୋଇ ରହୁଥିବା ଆଦିବାସୀଙ୍କ ସମସ୍ୟାଗୁଡ଼ିକ ତୁରନ୍ତ ସମାଧାନ ପାଇଁ ନିଜେ ପାରଳା ବିଧାୟକ ଗସ୍ତ କରି ନେଟୱର୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ରଖିଲେ ଆଜିର ଦୁନିଆ ରେ ପିଲାମାନେ ପାଠ ପଢିବା ପାଇଁ ନିହାତି ନେଟୱାର୍କ ର ଆବଶ୍ୟକ ରହିଛି ତେଣୁ ଆଜି ବିଧାୟକ ପି କଲୋନୀ ଗ୍ରସ୍ତ ସମୟରେ ତୁରନ୍ତ ଯିଓ ଟାୱାର ସଂଯୋଗ କରିବାକୁ ନିବେଦନ କରିଥିଲେ. ବିଧାୟକ ଅତିଶିଘ୍ର ସରକାର ଓ ପ୍ରଶାସନକୁ ଜଣାଇ ଜିଓ ନେଟୱାକ ସଂଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି. ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ, ମସୁଲୁନ ରଇତ ପ୍ରମୁଖ ଉପସ୍ଥିତ ଥିଲେ.