May 19, 2025

ଭେଙ୍କଟ ନଗର ରେ ଗଣେଶ ପୂଜା ଅନୁଷ୍ଠିତ..

Share

 

ବୋରିଗୁମ୍ମା—ବୋରିଗୁମ୍ମା ସହର ମଧ୍ୟରେ ଥିବା ଭେଙ୍କଟ ନଗର ରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।ଭେଙ୍କଟ ନଗର ସାହି ବାସିନ୍ଦା ଏକତ୍ରିତ ହୋଇ ପ୍ରଥମ ଥର ପାଇଁ ବହୁ ଧୁମଧାମରେ ଗଣେଶ ପୂଜା କରିଥିଲେ।ଗଣେଶ ଚତୁର୍ଥୀ ସନ୍ଧ୍ୟାରେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ କରାଯାଇ ଶେଷରେ ପୁଷ୍ପାଞ୍ଜଳି ଦିଆଯାଇ ଥିଲା।ପୂଜା ସମୟରେ ଭେଙ୍କଟ ନଗର ର ସମସ୍ତ ବାସିନ୍ଦା ଉପସ୍ଥିତ ଥିଲେ।ଭେଙ୍କଟ ନଗର ର ଗଣେଶ ପୂଜା କମିଟିର ସଦସ୍ୟ ଧର୍ମ ମେହେର, ମନୋଜ ଗୌଡ଼, ସୁରେଶ ପାତ୍ର,ଜିତୁ ପ୍ରଧାନ, ସତ୍ୟ ପ୍ରଧାନ, ନିରଞ୍ଜନ ସ୍ୱାଇଁ, ଭାସ୍କର ପାଣିଗ୍ରାହୀ,ସରୋଜ ପାଣିଗ୍ରାହୀ,ନିଳାଞ୍ଚଳ,ଲିଟୁ, ଗୁଡୁ, ରବି, ବାବୁଲି, ବିଜୟ ,ଜଗଦୀଶ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ପରିଚାଳନା କରିଥିଲେ।ସେହିଭଳି ସହର ରେ ୩୧ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି।ସହର ର ଦୁଲ୍ଲାଗୁଡା ରେ ଥିବା ନିରଞ୍ଜନ ପୂଜା ମଣ୍ଡପ, ନିଳକଣ୍ଠେଶ୍ୱର ମନ୍ଦିର ନିକଟ,ମେନ ରୋଡ଼, କୋଟପାଡ଼ ରୋଡ଼, କେନ୍ଦୁଗୁଡା, ନବରଙ୍ଗପୁର ରୋଡ଼, ହାଟପଦା ତଥା ସହର ର ବିଭିନ୍ନ ସାହି ଗଳିରେ ଧୁମଧାମରେ ଗଣେଶ ପୂଜା କରାଯାଇଛି।