November 26, 2024

ଉମରକୋଟ ଠାରେ ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ……….

Share

 

 

ଉମରକୋଟ-୮/୯/୨୪

(ଏମ୍.ଦିନା°ଶୁ ଆଚାରୀ) ପିରାମଲ ଫାଉଣ୍ଡେସନ ପକ୍ଷରୁ ଉମରକୋଟ ସଦର ସ୍ଥିତ ଏକ ହୋଟେଲର ସମ୍ମିଳନୀ କକ୍ଷ ଠାରେ ଝରିଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଏବଂ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ ହୋଇଯାଇଛି।ପିରାମଲ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ପ୍ରଭାରୀ ରାଜେନ୍ଦ୍ର ନାରୟଣ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଦୁଇଦିନିଆ ତାଲିମ ଶିବିର ସଫଳତାର ସହ ଶେଷ ହୋଇଯାଇଛି। ଏହି ତାଲିମ ଶିବିରରେ ଦିଲ୍ଲୀ ସ୍ଥିତ ଏନଭିଜନ ସଂସ୍ଥାର ବର୍ଷା ଚନ୍ଦା ଓ ନିଶାର ଅହମ୍ମଦ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଏହି ପ୍ରଶିକ୍ଷଣ ଶିବିରରେ ଝରୀଗାଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ୱନ୍ୱିତ ଶିଶୁ ବିକାଶ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ନେତୃତ୍ୱ ଓ ତଦାରଖର ବିଭିନ୍ନ ଦିଗ ଓ ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ଶିବିରରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା,ଡାକ୍ତର ସନ୍ତୋଷ ପ୍ରଧାନ, ଡାକ୍ତର ଅଜିତ କୁମାର ଦାସ, ଡାକ୍ତର ଚନ୍ଦନ କୁମାର ସାହୁ, ଡାକ୍ତର ଜିତେନ୍ଦ୍ର କୁମାର ନାୟକ,ବିପିଏମ ପ୍ରିୟଙ୍କା ସିଲ, ପିଏଚଇଓ ଗୋପାଳ କୃଷ୍ଣ ପାଢ଼ୀ, ଏସଟିଏସ ବିପିନ କୁମାର ମାଝୀ, ପୂର୍ଣ୍ଣଚନ୍ଦ୍ର ପ୍ରହରାଜ, ସୁନିଲ ପାତ୍ର ପ୍ରମୁଖ ୨୫ ଜଣ ଅଧିକାରୀ ଶିବିରରେ ଯୋଗ ଦେଇଥିଲେ। ପିରାମଲ ଫାଉଣ୍ଡେସନ ପକ୍ଷରୁ ଦିବାକର ଚୌଦ୍ରୀ,ସଦାନନ୍ଦ ଆଚାର୍ଯ୍ୟ,ଲିମା ଶୋଭାରାଣୀ ଏବଂ ସୁକାନ୍ତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.