March 10, 2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ କିସ୍ତି ଚାଷୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଅର୍ଥ …

IMG-20240908-WA0021
Share


ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଁଖାଇ ଅବସରରେ ସମ୍ବଲପୁର ଠାରେ ଆଡମ୍ବର ସହ ଓଡ଼ିଶା ର ଚାଷୀ ଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଅର୍ଥ ର ପ୍ରଥମ କିସ୍ତି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଚାଷୀ ମାନଙ୍କୁ ଏକତ୍ରିତ କରି ଆଭାସି ମାଧ୍ୟମରେ ଯୋଜନା ଟିକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ, କୃଷି ବିଭାଗ ଅଧିକାରୀ ଙ୍କ ସମେତ ବ୍ଲକ ସ୍ତରରେ ଗୋଷ୍ଟି ଉନ୍ନୟନ ଅଧିକାରୀ ମାନଙ୍କ ସହ କୃଷି ବିଭାଗ ଅଧିକାରୀ ଗଣ ଉପସ୍ଥିତ ଥିବା ସହ ଶତାଧିକ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଉପଭୋଗ କରିଥିଲେ। ସେହିପରି ମୋହନା ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସମେତ କୃଷି ଅଧିକାରୀ ଶାନ୍ତନୁ କୁମାର ସାହୁ ଙ୍କ ସହ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।