ଗଜପତି:- କେନ୍ଦ୍ରୀୟ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ’ର ବାଳିକା ମାନଙ୍କ ରାଜ୍ୟ ସ୍ତରୀୟ ତୃତୀୟ ସୋପାନ ପରୀକ୍ଷା ଶିବିର-୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ।
ଗଜପତି:- କେନ୍ଦ୍ରୀୟ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ’ର ବାଳିକା ମାନଙ୍କ ରାଜ୍ୟ ସ୍ତରୀୟ ତୃତୀୟ ସୋପାନ ପରୀକ୍ଷା ଶିବିର-୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ।
———————————————-
ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସର’ରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ’ର ଭାରତ ସ୍କାଉଟ ଓ ଗାଇଡ’ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନ୍ତର୍ଗତ ଭୁବନେଶ୍ୱର ଡିଭିଜନ’ର କେବଳ ବାଳିକା ମାନଙ୍କ ତିନି ଦିନିଆ ରାଜ୍ୟ ସ୍ତରୀୟ ତୃତୀୟ ସୋପାନ ପରୀକ୍ଷା ଶିବିର-୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।
ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟ’ର ଅଧ୍ୟକ୍ଷ ତଥା କେମ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା’ଙ୍କ ସଭାପତିତ୍ବ’ରେ ଏହି କାର୍ଯ୍ୟକ୍ରମ’ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୁବନେଶ୍ୱର ସ୍ଥିତ ଡିଭିଜନାଲ କମିଶନର ତଥା ଭୁବନେଶ୍ୱର ଆର:ଓ: ଡେପୁଟି କମିଶନର ଡଃ ଶିହରାନ ବୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟତଃ ପିଲାମାନେ ଏଠାରୁ ୩ ଦିନ ତାଲିମ ମଧ୍ୟରେ ବହୁତ୍ କିଛି ସେବା ମୂଳକ ଶିକ୍ଷଣୀୟ ତଥା ଉପାଦେୟ ବିଷୟରେ ଶିକ୍ଷା ଲାଭ କରିବେ , ସେହି ସେବା ଶିକ୍ଷା କିଭଳି ଆବଶ୍ୟକ ସମୟରେ ଅନ୍ୟ ପାଇଁ ଉପକାର’ରେ ଆସିପାରିବ , ସେ ସମ୍ପର୍କରେ ଉପଦେଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ସମ୍ମାନିତ ଅତିଥି ଭାବେ ପୁରୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ଏ କେ: ସିତ ଏବଂ କେମ୍ପ ଲିଡର ଅନିତା ଡୁଙ୍ଗଡୁଙ୍ଗ ପ୍ରମୁଖ ଯୋଗ ଦେଇ ଶାନ୍ତି ଓ ନିଷ୍ଠାର ସହ କେମ୍ପ୍ ରେ ବିଭିନ୍ନ ସେବା ମୂଳକ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
କେମ୍ପ ନିର୍ଦ୍ଦେଶକ ତଥା ଗଜପତି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ବିଦ୍ୟାଳୟର ସ୍ଥିତି ଓ ଶିବିର କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ’କୁ ସଂଯୋଜନା କରିଥିଲେ କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅଜିତ ସିଂହ ।
ପରେ ପରେ ମୁଖ୍ୟଅତିଥି ତଥା ଡିଭିଜନାଲ କମିଶନର ଡ: ସିହାରନ ବୋଷ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ ।
ଭାରତ ସ୍କାଉଟ୍ ଓ ଗାଇଡ’ର ଏହି ତିନି-ଦିନିଆ ପରୀକ୍ଷା ଶିବିର’ରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ’ର ଭୁବନେଶ୍ୱର ଡିଭିଜନ ଅନ୍ତର୍ଗତ ୧୬ ଟି ଜିଲ୍ଲା’ର ୨୩୭ ଜଣ କେବଳ ବାଳିକା ଶିବିରାର୍ଥି ଏବଂ ମହିଳା ସ୍କାଉଟ ଓ ଗାଇଡ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଏଡ଼ଭାନସ ଗାଇଡ କେପଟେନ ରୋଜାଲିନ ନାଥ , ଦମୟନ୍ତୀ ପାତ୍ର , ସୁନନ୍ଦା ଦାସ , ଡେଜି ଭାରତୀ , ସବିତା ମିଶ୍ର ପ୍ରମୁଖ ଯୋଗଦେଇ ପରିଚାଳନା ଓ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-