ନୀଳାଦ୍ରି କଲଚରାଲ ଏକାଡେମୀ ପକ୍ଷରୁ ରଜମହୋତ୍ସବ ପ୍ରତିଯୋଗିତା ଅନୁଷ୍ଠିତ ..
ନୀଳାଦ୍ରି କଲ୍ଚରାଲ ଏକାଡେମୀ ପକ୍ଷରୁ ୨୪ ତମ ରଜ ମହୋତ୍ସବ ଅବସରରେ ଚଳିତ ମାସ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି କୁମ୍ଭାରପଡ଼ା ସ୍ଥିତ ଜାଇଗଡ ଜାଗା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାକୁ ଯାଉଛି ।ତେଣୁ ୭ ତାରିଖ ରବିବାର ଠାରୁ ଯାଇଗଡ ଜାଗା ପରିସରରେ ପୁରୀ ସହର ର ୩୨ ଟି ୱାର୍ଡ ର ଶତାଧିକ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ପୁଞ୍ଚି,ଝୋଟି, ହୁଳହୁଳି,ଶଙ୍ଖ ବାଦ୍ୟ,ମ୍ୟୁଜିକ ଚେୟାର,ପୋଡପିଠା ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି ।ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯିବ ।ତେଣୁ ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ପ୍ରତ୍ୟୁକ୍ ଦିନ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାକୁ ପ୍ରଚାର ପ୍ରସାର କରିବା ନିମନ୍ତେ ।ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର ,ସମ୍ପାଦକ ପ୍ରମୋଦ କୁମାର ଜେନା,ସହ ସଂପାଦକ ମନୋଜ କୁମାର ନିସଙ୍କ,ସାଂସ୍କୃତିକ ସମ୍ପାଦକ ଯୋଗେନ୍ଦ୍ର ପାତ୍ର,ମିଶନ ଶକ୍ତି ମହାସଂଘର ସଭା ନେତ୍ରୀ ଦିପ୍ତିରେଖା ରାଉତରାୟ ଯୋଗଦାନ କରିଥିଲେ ।ପ୍ରକାଶ ଥାଉ କି କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ୍ ୧୪ ତାରିଖ ସନ୍ଧ୍ୟାରେ ନାଟକ ଗଙ୍ଗ ଶିଉଳି ପରିବେଷଣ ହେଉଥିବା ବେଳେ ୧୫ ତାରିଖ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ, ୧୬ ତାରିଖ ସନ୍ଧ୍ୟାରେ ନାଟକ ସିନ୍ଦୂର ହେଲା ସଉତୁଣୀ ଓ ଅନ୍ତିମ ସନ୍ଧ୍ୟା ଅର୍ଥାତ୍ ୧୭ ତାରିଖ ସନ୍ଧ୍ୟାରେ ନାଟକ ସମୟ ପରିବେଷଣ ହେବାକୁ ଯାଉଛି ।ପ୍ରଥମ ନାଟକ “ଗଙ୍ଗ ଶିଉଳି” ଯାହାର ନାଟକ ରଚନା କରିଛନ୍ତି ବିଜୟ ନୃସିଂହ ଦାସ ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରମୋଦ ଜେନା(ନାଲିଆ),ତୃତୀୟ ସନ୍ଧ୍ୟାର ନାଟକ “ସିନ୍ଦୂର ହେଲା ସଉତୁଣୀ”ପରିବେଷଣ କରାଯିବ ଏବଂ ଅନ୍ତିମ ସନ୍ଧ୍ୟା ରେ ନାଟକ ସମୟ ପରିବେଷଣ କରାଯିବ।ଯାହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରମୋଦ କୁମାର ଜେନା ନାଲିଆ ।ଏଥିରେ ଅନେକ ମହିଳା ଅଂଶ ଗ୍ରହଣ କରିଥିବା ବେଳେ ବିଚାରକ ଭାବେ ରଞ୍ଜିତା ରଥ,ଜ୍ୟୋତ୍ସ୍ନା ରାଣୀ ମହାପାତ୍ର,ସରୋଜିନୀ ନାୟକ,ଲକ୍ଷ୍ମୀ ପ୍ରିୟା ଦେ,ବନିତା ଦୀକ୍ଷିତ ରଥ,କନକ ସାହୁ,ବନ୍ଦନା ବେହେରା,ସୋର୍ଣଲତା ବିଶୋଇ ରହିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ପରିଚାଳନା କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
