ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ଶାବର ଶ୍ରୀକ୍ଷେତ୍ର ଗୁଣପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ନାରାୟଣ ପଣ୍ଡା, ସମ୍ପାଦକ ନିରଞ୍ଜନ ପାଢ଼ୀ, ଗାନ୍ଧୀ ଅନୁଷ୍ଠାନର ଉପ ସଭାପତି ଚନ୍ଦ୍ରଧ୍ଵଜ ପଣ୍ଡା ମଞ୍ଚସିନ ଥିଲେ । ନବ ନିର୍ମାଣ ସମିତି ସଭାପତି ଅକ୍ଷୟ ଦାସ, ଜଗନ୍ନାଥ ସେନା ଆବାହକ ତ୍ରିପତି ମହାନ୍ତି, ଉପଖଣ୍ଡ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ରେଞ୍ଜ ଅଧିକାରୀ ଗଙ୍ଗାଧର ମିଶ୍ର, ଫାୟାର ଅଧିକାରୀ , ପୂର୍ତ୍ତ ଯନ୍ତ୍ରୀ, ବାବା ପ୍ରସାଦ, ରଥ ନିର୍ମାଣ ମହାରଣା ଗାଙ୍ଗରାଜୁ ଶବର, ରାଜ ପୁରୋହିତ ଟୁକୁନା ରଥ, ଗୁପ୍ତେଶ୍ଵର ରଥ, ସୁଦାମ ରଥ, ମନ୍ଦିର ପୂଜକଗଦା ପଣ୍ଡା, ସୁଦାମ ପଣ୍ଡା, ମନୋଜ ପାଢ଼ୀ, ପପି ପଣ୍ଡା, ଗୌରୀ ଶଙ୍କର ପଣ୍ଡା, କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା ସଂଯୋଜନା କରିଥିଲେ ।
ଦେବସ୍ନାନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ କାର୍ଯ୍ୟ କ୍ରମ କିପରି ସୁରୁଖୁରରେ ହୋଇ ପାରିବ ସେଠି ପ୍ରତି ଦୃଷ୍ଟି ଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା ।
ରାଜସ୍ୱ ସହାୟକ ଗୁପେଶ୍ୱର ପାଣିଗ୍ରାହୀ, ରାଜସ୍ୱ ପରିଦର୍ଶକ ସରୋଜ ନିମାଲପୁରୀ, ରାଜସ୍ୱ ନିରୀକ୍ଷକ କେ ଶ୍ରୀନୁ ପ୍ରମୁଖ ପରିଚାଳନା କରିଥିଲେ ।