ସକାଳର ଖବର
*╭───────────────────╮*
*🌄ସକାଳର ଖବର, ୦୮-ଜୁନ-୨୦୨୩, ଗୁରୁବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଅଣସର ଘରେ ଭୀଷଣ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଆଜି ପଞ୍ଚମୀ ତିଥି ରେ ଶ୍ରୀବିଗ୍ରହରେ ହେବ ତୈଳ ବିଲେପନ। ଉପଚାର ଲାଗି “ଫୁଲୁରିଲାଗି’ ନୀତି ପାଇଁ ଶ୍ରୀମନ୍ଦିରକୁ ପଠାଯିବ “ଫୁଲୁରି ତେଲ’ l
➡️ ୨-ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ କଳା ସହ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ । www.chseresults.nic.in ରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ।
➡️୩-ଖରିଫ ଫସଲ ଶସ୍ୟ ଉପରେ ଏମ୍ଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ନିଷ୍ପତି ନେଲେ କେନ୍ଦ୍ର କ୍ୟାବିନେଟ୍ ।
➡️୪-BSNL ପାଇଁ ସରକାରଙ୍କ ବଡ଼ ଘୋଷଣା। ଘୋଷଣା ହେଲା ୯୦ ହଜାର କୋଟି ପୁନଃରୁଦ୍ଧାର ପ୍ୟାକେଜ୍।
➡️୫-ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ, ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସୁଥିବାରୁ ଏଥର ନିଅଂଟିଆ ବର୍ଷା ହୋଇପାରେ ।
➡️୬-୫-ଟି ସଚିବଙ୍କ ରାୟଗଡା ଗସ୍ତ : ୫-ଟି ରୂପାନ୍ତର ଉପକ୍ରମରେ ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର l
➡️୭-କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ନାରାୟଣପାଟଣାର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା l ପ୍ରତି କ୍ଷତିଗ୍ରସ୍ତ ପରିବାର ୩୦,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ ।
➡️୮-ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ବିପର୍ଯ୍ୟୟ’, ଭାରତ ଉପରେ ବିଶେଷ ପ୍ରଭାବ ନାହିଁ l
➡️୯-ଦିଲ୍ଲୀରେ ଏଣିକି ୨୪ଘଣ୍ଟା ଖୋଲା ରହିବ ୧୫୫ ଦୋକାନ, ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ l ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ l
➡️୧୦-ବ୍ରିଟିଶର ଆଡଭେଞ୍ଚର ଶୋ ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ’ ରେ ନଜର ଆସିବେ ବିୟର ଗ୍ରିଲ୍ସ ପ୍ରିୟଙ୍କା ଚୋପ୍ରା ଏବଂ ବିରାଟ କୋହଲି l
➡️୧୧-ଯାଜପୁର ରୋଡ ଷ୍ଟେଶନଠାରେ ମାଲବାହୀ ଟ୍ରେନ୍ରେ କଟି ୬ ଜଣ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୧୨-ମିଳିଲା ଗ୍ରୀନ ସିଗ୍ନାଲ, ଦୁର୍ଘଟଣାର ୫ ଦିନ ପରେ ବାହାନଗା ଷ୍ଟେସନ୍ ଅତିକ୍ରମ କଲା କରମଣ୍ଡଳ l
➡️୧୩-ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ୬ ମାସରେ ବଢିଲାଣି ୪୦ ଟଙ୍କା l ଜାନୁଆରୀରେ ହରଡ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିଲା । ଜୁନ ମାସରେ ଏହା ବଢି ୧୪୦ ଟଙ୍କାରେ ପଂହଚିଛି ।
➡️୧୪-‘କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା’ କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍ l
➡️୧୫- ଆଇ.ପି .ଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ l କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ୟାପିଟାଲ୍ ରିଜନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର ପରିଚାଳନା ନିର୍ଦ୍ଦେଶକ ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ l
➡️୧୬-ଡ୍ୟାମ୍ ଭୁଶୁଡ଼ିବାପରେ ୟୁକ୍ରେନରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ l
➡️୧୭-ସାରା ଦୁନିଆରେ ସବୁଠୁ ଅଧିକ ବର୍ଷା ପାଇଁ ପ୍ରସିଦ୍ଧ ମେଘାଳୟର ମାସିନରାମ ଏବଂ ଚେରାପୁଞ୍ଜିରେ କମୁଛି ପାଣି । ଦୀର୍ଘ ୫୨ ବର୍ଷରେ ପ୍ରଥମ ଥର ପାଇଁ ଦେଖାଗଲା ବିଜୁଳି ଉତ୍ପାଦନରେ ସଂକଟ l
➡️୧୮-ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ, ସ୍ମିଥ୍-ହେଡ୍ଙ୍କ ଦ୍ବିଶତକୀୟ ଭାଗୀଦାରି l ଟ୍ରାଭିସ ହେଡଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୨୭/୩ l
➡️୧୯-ଆଇସିସି ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ବାହାନଗା ଦୁର୍ଘଟଣାର ମୃତକଙ୍କୁ ଭାରତ ଓ ଅଷ୍ଟ୍ରେଲିୟା ଖେଳାଳି ଶ୍ରଦ୍ଧାଞ୍ଜଳି ଜଣାଇ ହାତରେ କଳା ବ୍ୟାଣ୍ଡ ବାନ୍ଧି ଖେଳିଲେ ମ୍ୟାଚ l
➡️୨୦-ଅତି ସମ୍ବେଦନଶୀଳ ପ୍ରସଙ୍ଗରେ କୁସ୍ତି ଖେଳାଳି ତଥା ରେସଲର ଏବଂ ସରକାର ମଧ୍ୟରେ ହେଲା ସକରାତ୍ମକ ବାର୍ତ୍ତାଳାପ l ୧୫ ସୁଦ୍ଧା ହେବ ଚାର୍ଜସିଟ୍, ୩୦ ଜୁନ୍ ସୁଦ୍ଧା ହେବ ଫେଡେରେସନ୍ ନିର୍ବାଚନ l
*🔅ଆଜି ଅଣସର ପଞ୍ଚମୀ ll*
*🔅ଆଜି ବିଶ୍ୱ ମହାସାଗର ଦିବସ ll*
*🔅ଆଜି ସର୍ବୋତ୍ତମ ବନ୍ଧୁ ଦିବସ ll*
*🔅ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ ll*