June 15, 2026

ପକୃତି ର ବରଦାନ ଲାଉ ଓ ତାର ଉପକାରିତା

IMG-20230608-WA0008
Share

ବୋଲଗଡ଼,୦୮/୦୬(ଉପାନ୍ତ ଓଡିଶା): ଲାଉଏକ ପୃଷ୍ଟିକର ପନିପରିବା ଭାବରେ ବିବେଚିତ କରାଯାଇଥାଏ।ପ୍ରାୟତଃ ସମସ୍ତ ଙ୍କ ବାଡିରେ ଲାଉ ଫଳିଥାଏ।ଏହି ଲାଉରେ ଅନେକ ଗୁଣକାରୀ ରେ ସମୃଦ୍ଧ ଅଟେ।ଚିକିତ୍ସା ବିଜ୍ଞାନିଙ୍କ ମତରେ ଏଥିରେ କମ୍ କ୍ୟାଲୋରି ଓ ଅଧିକ ତନ୍ତୁ ରହିଅଛି।ଏଥିରେ ଭିଟାମିନ ସି ,କେ,କ୍ୟାଲସିୟମ,ଫସଫରସ ଓ ମିନରାଲସ ପ୍ରଚୁର ପରିମାଣରେ ରହିଛି। ଲାଉକୁ ଆମେ ସାଧାରଣ ତରକାରୀ ଭାବରେ ବ୍ୟବହାର କରାଯାଇଥାଏ। କିନ୍ତୁ ତରକାରୀ କରିବା ଦ୍ବାରା ତା ଭିତରେ ଥିବା ଭିଟାମିନ ପ୍ରାୟ ନଷ୍ଟ ହୋଇ ଯିବାର ସମ୍ଭାବନା ଥାଏ। ଲାଉକୁ କଞ୍ଚା ଖାଇ ହୋଇ ନଥାଏ କିନ୍ତୁ ଲାଉରୁ ରସ ବାହାର କରି କିମ୍ବା ଜୁସ୍ କରି ପିଇ ହୋଇଥାଏ। ଆୟୁର୍ବେଦ ଚିକିତ୍ସା ଅନୁସାରେ ପ୍ରତେକଦିନ ସକାଳେ ଖାଲି ପେଟରେ ଏକ ଗ୍ଳାସ ଲାଉଜୁସ ପିଇଲେ ଅସାଧ୍ୟ ହୃଦରୋଗ, ଉଚ୍ଚ ରକ୍ତଚାପ,କୋଲଷ୍ଟର,ଡାଇବେଟିସ,ବୃକକ ଜନିତ ରୋଗ,କୋଷ୍ଠ କାଠିନ୍ୟ କୁ କମାଇବା ସହ ହଜମ ପ୍ରକ୍ରିୟାରେ ବହୁତ ସାହାଯ୍ୟ କରିଥାଏ। ତତ୍ ସହିତ ମୋଟା ପଣକୁ ମଧ୍ୟ କମ୍ କରିଥାଏ।ମୋଟାମୋଟି କହିବାକୁ ଗଲେ ଲାଉରେ ରୋଗ ପ୍ରତିରୋଧକର କ୍ଷମତା ଥାଏ ତେଣୁ ଲାଉ ଖାଇଲେ ସରିରରେ ରୋଗ ପ୍ରତିରୋଧ ଶକ୍ତି ବଢିଥାଏ।ତେଣୁ ଲାଉରେ ଅନେକ ଅସାଧ୍ୟ ରୋଗ ଦୁର ହୋଇ ଥାଏ ବୋଲି ଆୟୁର୍ବେଦ ଶାସ୍ତ୍ର ରେ ବର୍ଣନା କରାଯାଇଛି। ତେଣୁ ନିୟମିତ ଲାଉ ବ୍ୟବହାର କରିବା ଉଚିତ୍।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed