May 20, 2024

ନିର୍ବାଚନକୁ ଦୃଷ୍ଟିରେ ରଖି ବୁଗୁଡା ପୋଲିସର ଫ୍ଲାଗ୍ ମାର୍ଚ୍ଚ

Share

ବୁଗୁଡା : ତା ୦୮/୦୫/୨୪ : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ଚଳିତ ମାସ ୨୦ ତାରିଖରେ ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନିର୍ବାଚନକୁ ଅବାଧ ଓ ନିରପେକ୍ଷତାର ସହ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ବୁଗୁଡା ପୋଲିସ ପକ୍ଷରୁ ଆଜି ବୁଧବାର ସନ୍ଧ୍ୟାରେ ବୁଗୁଡା ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ପୋଲିସ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ଫ୍ଲାଗ୍ ମାର୍ଚ୍ଚରେ ଏସ୍ଆଇ ବବିତା ପ୍ରଧାନ ଓ ସୁମନ୍ତ ବେହେରାଙ୍କ ସମେତ ସ୍ଥାନୀୟ ପୋଲିସ ଏବଂ ଦୁଇ ପ୍ଲାଟୁନ୍ ସିଆଇଏସ୍ଏଫ୍ ସାମିଲ୍ ଥିଲେ ।

You may have missed