April 23, 2026

୧୦ ବର୍ଷ ଧରି ବସତି ସ୍ଥାପନ କରିଥିବା ଉପଲଡାର ଶବର ବସ୍ତିକୁ ଗଜପତି ପ୍ରଶାସନ ହଟେଇବା ଉଦ୍ୟମର ପ୍ରତିବାଦ

IMG-20260408-WA0073
Share

 

 

ପାରଳାଖେମୁଣ୍ଡି:୮/୪(ଗରୁଡ଼ ଧ୍ଵଜ ଚୌଧୁରୀ) ବିଗତ ୧୦ ବର୍ଷ ଧରି ବସତି ସ୍ଥାପନ କରିଥିବା ଉପଲଡାର ଶବର ବସ୍ତିକୁ ସେଠାରେ ହଟେଇବା ପାଇଁ ଗଜପତି ପ୍ରଶାସନ ଉଦ୍ୟମ କରୁଥିବା ସେଠାରେ ଲୋକେ ଅଭିଯୋଗ କରି ପ୍ରତିବାଦ ଜଣାଇଛନ୍ତି. ଏହି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମର ଶବର ବସ୍ତିରେ ଗଜପତି ଜିଲ୍ଲା ପ୍ରଶାସନ ଆକ୍ରୋଶମୂଳକ ଭାବେ ସେଠାରେ ବସବାସ କରୁଥିବା ୧୪ଟି ପରିବାରକୁ ସେଠାରୁ ହଟେଇବାକୁ ଉଦ୍ୟମ କରୁଛି ବୋଲି ସେମାନେ ଅଭିଯୋଗ କରି କହିଛନ୍ତି, ସେଠାରେ ଗତ ଦଶ ବର୍ଷ ହେଲା ଶବର ଗୋଷ୍ଠୀ ପରିବାର ବସତି ସ୍ଥାପନ କରି ଆସୁଛୁ. ବର୍ତ୍ତମାନ ସେ ସ୍ଥାନ ଛାଡିବାକୁ ନୋଟିସ ଦେଇଛି ଜିଲ୍ଲା ପ୍ରଶାସନ । ଆଧାରକାର୍ଡ, ଭୋଟର ପରିଚୟ ପତ୍ର ପାଇଛୁ ବୋଲି ବାସିନ୍ଦାମାନେ ପ୍ରକାଶ କରି କହିଛନ୍ତି, ସେଠାରେ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା ହୋଇଛି। ତତ୍ ସଂଗେସଂଗେ ୨ଟି ନଳକୂପ ମଧ୍ଯ ସ୍ଥାପନ ହୋଇଛି। ଏହି ସବୁ ସୁବିଧା ସରକାରୀ ଭାବେ ଥିବା ସତ୍ତ୍ୱେ ସେଠାରୁ ଉଠିବାକୁ ପ୍ରଶାସନ ସେମାନଙ୍କୁ ତାଗିଦ୍ କରିଥିବା ଅଭିଯୋଗ କରି ଏହାର ଦୃଢ ପ୍ରତିବାଦ କରିଛନ୍ତି ସେଠାକାର ବାସିନ୍ଦା ଅଭିୟମ୍ ମଣ୍ଡଳ,ଇଶାକ ଭୂୟାଁ,ରାଇସାନ ଭୂୟାଁ ଏବଂ ଜୋନାଥନ ଶବର ପ୍ରମୁଖ. ସେମାନଂକୁ ରହିବାକୁ ସୁବିଧା ନକରି ସେଠାରୁ ହଟେଇବାକୁ ଚେ଼ଷ୍ଟା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନଂକୁ ହଟାଇ କୌଣସି ବେସରକାରୀ କମ୍ପାନୀକୁ ଲିଜ୍ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି.

You may have missed