ସିଦ୍ଧଳ ଜଗନ୍ନାଥ ମନ୍ଦିର ରେ ଜଗନ୍ନାଥ ପାଞ୍ଚରାତ୍ର ଉପଲକ୍ଷେ ପ୍ରସ୍ତୁତି ବୈଠକ…
ତିର୍ତ୍ତୋଲ ତା 8/4/2026 ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଏପ୍ରିଲ 14 ତାରିଖ ଓଡ଼ିଆ ନବବର୍ଷ, ମହାବିଷୁବ, ପଣାସଂକ୍ରାନ୍ତି ଠାରୁ ଦୀର୍ଘ ପାଞ୍ଚଦିନ ବ୍ୟାପି, ଜଗନ୍ନାଥ ପାଞ୍ଚରାତ୍ର ହେବାକୁ ଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଓ ସଫଳ କରିବା ନିମନ୍ତେ, ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପରିଚାଳନା ସମିତି ର ସଭାପତି ପଣ୍ଡିତ କାଳୀକିଙ୍କର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ସମିତିର ସମ୍ପାଦକ ରାମଚନ୍ଦ୍ର ଦାଶ ବିଗତ ବର୍ଷର ବିବରଣୀ ପାଠ କରିଥିଲେ l ଚଳିତବର୍ଷ ଏହି କାର୍ଯ୍ୟକ୍ରମ କୁ ଅଧିକ ଆକର୍ଷଣୀୟ କରିବାପାଇଁ ଦଶଅବତାର ବେଶ ପ୍ରଦର୍ଶନ କରାଯିବା ସହିତ କିଛିକିଛି ନୂତନ ପରିକଳ୍ପନା କୁ ମଧ୍ୟ ରୂପାନ୍ତର କରାଯିବ ବୋଲି, ଏହି ବୈଠକ ରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ହେବାକୁ ଯାଉଥିବା ଏହି ଚତୁର୍ଥବାର୍ଷିକ ମହୋତ୍ସବ କୁ ସାଫଲ୍ୟମଣ୍ଡିତ କରିବା ପାଇଁ ଜିଲ୍ଲାପ୍ରଶାସନ ସମେତ ସ୍ଥାନୀୟ ଅଧିବାସୀ ମାନେ ସମ୍ମିଳିତ ହୋଇ ଆବଶ୍ୟକୀୟ ସାହାଯ୍ୟ ସହଯୋଗ କରିବା ନିମନ୍ତେ ବୈଠକରେ ମତପ୍ରକାଶ ପାଇଥିଲା l ତେବେ ଏହି ଆଲୋଚନାରେ ଅରୁଣ କୁମାର ପଣ୍ଡା, ଅଜୟ କୁମାର ଦାଶ,ପ୍ରଦୀପ୍ତ କୁମାର ସେନାପତି, ଚିତ୍ତରଞ୍ଜନ ନାୟକ, ସୁଶାନ୍ତ କୁମାର ବେହେରା, ଶୁକଦେବ ବେହେରା, ଅନ୍ତର୍ଯ୍ୟାମୀ ପରିଡା, ପ୍ରମୋଦ କୁମାର ସାହୁ, ସାରଦା ପ୍ରସନ୍ନ ସାହୁ, ଶିବପ୍ରସାଦ ବେହେରା, ବୃନ୍ଦାବନ ପଣ୍ଡା , ପ୍ରଶାନ୍ତ କୁମାର ଦାଶ, ସୁରେଶ ସାହୁ, ଗଗନ ଚନ୍ଦ୍ର ବେହେରା, ରାଜେଶ କୁମାର ସାହୁ, ତାପସ ବଳ, ପୂର୍ଣ୍ଣଚନ୍ଦ୍ର ନାୟକ ଓ ମନ୍ଦିରର ସମସ୍ତ ସେବାୟତ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଅଂଶଗ୍ରହଣ କରି ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଶେଷରେ ସାମୁହିକ ଜୟ ଜଗନ୍ନାଥ ଧ୍ଵନିରେ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇ ଉଠିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
