April 14, 2025

କେଜିଏମଏନ ହାଇସ୍କୁଲରେ ଚାଲିଥିବା ବ୍ଲକ ସ୍ତରୀୟଶିକ୍ଷକ ପ୍ରଶିକ୍ଷଣ ତାଲିମ ଶିବିର ନିଷ୍ଠା ଉଦଯାପିତ*

Share

 

ଆଜି ଯୁଯୁମୁରାର KGMN ହାଇସ୍କୁଲ ମହୁଲପାଲି ପରିସରରେ ଅନୁଷ୍ଠିତ ହେଉଥିବା ପଞ୍ଚ ଦିବସିୟ ଶିକ୍ଷକ ତାଲିମ “ନିଷ୍ଠା ” ଉଦ୍‌ଯାପିତ ହୋଇ ଯାଇଛି । ଏ‌ହିଁ ତାଲିମ୍ ଶିବିରରେ ଯୁଯୁମୁରା ବ୍ଲକର ଆଠଟି କ୍ଲଷ୍ଟରର ମୋଟ ୬୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ । ଏହି ତାଲିମ୍ ଶିବିରରେ ଶିକ୍ଷକ ପ୍ରଶିକ୍ଷକ ଭାବରେ ଅକ୍ଷୟ ପ୍ରମାଣିକ, ବିଜୟକୃଷ୍ଣ ପୁରୋହିତ , ଚନ୍ଦ୍ରଶେଖର ସେଠ , କୃଷ୍ଣ ଚନ୍ଦ୍ର ଜେନା ଓ ପୂର୍ଣ୍ଣଚନ୍ଦ୍ର ସାହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ୍ ବିଶେଷ କରି ବିଦ୍ୟାଳୟକୁ ଆସୁଥିବା ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷାଦାନ ଉପରେ ପର୍ଯ୍ୟବେସିତ ଥିଲା । ଏହି ତାଲିମ୍ ଗତ ୩ତାରିଖରୁ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଯୁଯୁମୁରା ABEO ମାନଭଞ୍ଜନ ପ୍ରଧାନ ଓ ABEO CUM BRCC ସଂଯୁକ୍ତା ବେହେରା ଉପସ୍ଥିତ ଥିଲେ । ଶେଷରେ ପ୍ରଦୀପ କୁମାର ପଣ୍ଡାଙ୍କ ଦିବ୍ୟାଙ୍ଗ ଉପରେ ଲିଖିତ ଏକାଙ୍କିକା ” “ଜୀବନ ଜ୍ୟୋତି ଜିନ୍ଦାବାଦ ” ମଞ୍ଚସ୍ଥ ହୋଇଥିଲା । ଏହାକୁ ସେ ନିଜେ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ଶିକ୍ଷୟିତ୍ରୀ ଶିବାୟିନୀ ପଣ୍ଡା ଓ ଆରତୀ ପଣ୍ଡା ଏକକ ଅଭିନୟ କରିଥିଲେ । ତାଲିମ ପ୍ରଦାନ ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରମାଣ ପତ୍ର ସହିତ ତାଲିମ ସହାୟକ ପୁସ୍ତିକ ପ୍ରଦାନ କରାଯାଇଥିଲା ।

ଫୁଲଝରଣ ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ