May 10, 2026

IPL-2025: ୧୦ ବର୍ଷ ପରେ ୱାଙ୍ଖଡେରେ ମୁମ୍ୱାଇକୁ ହରାଇଲା ବାଙ୍ଗାଲୋର; ୧୨ ରନର ରୋମାଞ୍ଚକର ବିଜୟ

IMG-20250408-WA0000
Share

 

 

ସୋମବାର ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୧୨ ରନର ରୋମାଞ୍ଚକର ବିଜୟ ହାସଲ କରିଛି। ଦଳ ଦୀର୍ଘ ୧୦ ବର୍ଷ ପରେ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଶେଷଥର ପାଇଁ ୨୦୧୫ ମସିହା ଆଇପିଏଲ ସିଜିନରେ ବେଙ୍ଗାଲୁରୁ ୱାଙ୍କଡେରେ ବିଜୟର ସ୍ୱାଦ ଚାଖିଥିଲା।

 

ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା। ଜବାବରେ ମୁମ୍ବାଇ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୨୦୯ ରନ୍ କରିପାରିଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୪୨) ଏବଂ ତିଲକ ବର୍ମା (୫୬) ୩୪ ବଲ୍ ରେ ୮୯ ରନ୍ ର ଭାଗୀଦାରି କରି ଦଳକୁ ରନ୍ ପିଛା କରାଇବାରେ ସଫଳ ହୋଇଥିଲେ। କିନ୍ତୁ ଏହି ଯୋଡ଼ି ଆଉଟ୍ ହେବା ପରେ ଦଳ ମ୍ୟାଚ୍ ହାରି ଯାଇଥିଲା। ବାଙ୍ଗାଲୋର ପକ୍ଷରୁ କୃନାଲ ପାଣ୍ଡ୍ୟା ୪ଟି ୱିକେଟ ନେଇଥିଲେ। ୟଶ ଦୟାଲ ଏବଂ ଜୋଶ ହାଜେଲଉଡ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

 

ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ୬୭ ରନ ଏବଂ ଅଧିନାୟକ ରଜତ ପତିଦାର ୬୪ ରନ ସହ ଅର୍ଦ୍ଧଶତକ ହାସଲ କରିଥିଲେ। ଜିତେଶ ଶର୍ମା ୪୦ ରନ ସଂଗ୍ରହ କରି ଅପରାଜିତ ଭାବେ ଶେଷଯାଏ କ୍ରିଜରେ ରହିଥିଲେ ଏବଂ ଦେବଦତ୍ତ ପାଦିକ୍କାଲ ୩୭ ରନର ଯୋଗଦାନ କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଭିଗ୍ନେଶ ପୁଥୁର ଗୋଟିଏ ୱିକେଟ ପାଇଥିଲେ