November 23, 2024
Share

➡️୧-ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି l କାଳବୈଶାଖୀ ବର୍ଷାରେ ଭିଜିଲା ଓଡ଼ିଶା, ଖସିଲା ତାପମାତ୍ରା l ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଆଜି ପାଇଁ ୧୪ଟି ଜିଲ୍ଲାକୁ ହେଲା ଅରେଞ୍ଜ ୱାର୍ଣ୍ଣିଂ ଜାରି ।

➡️୨-CUET ୟୁଜି ୨୦୨୪ର ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ହେଲା ବୃଦ୍ଧି l ଏଣିକି ପ୍ରାର୍ଥୀମାନେ (ଆଜି) ଏପ୍ରିଲ ୮ ତାରିଖ ରାତି ୧୧.୫୦ ପର୍ଯ୍ୟନ୍ତ ନିଜ ନିଜର ଆପ୍ଲିକେସନ କରେକ୍ସନ କରି ପାରିବେ ।

➡️୩-ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟ ପ୍ରଦେଶ ଗସ୍ତରେ ରୋଡ ଶୋ’ରେ ହେଲା ଦଳାଚକଟା l ଭିଡ ଏତେ ପରିମାଣରେ ହୋଇଥିଲା ଯେ ଦଳାଚକଟାରେ ୫ ଜଣ ହେଲେ ଆହତ l

➡️୪-ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ହେଲା ଘୋଷଣା । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।

➡️୫-ସରିଲା ହ୍ବାଟ୍ସଆପ୍‌ ଯୁଗ, ଖୁବଶୀଘ୍ର ଆସୁଛି ଗୁଗଲ୍‌ ସାଟେଲାଇଟ୍‌ ମେସେଜିଂ ଫିଚର୍‌, ଏଣିକି ବିନା ଇଣ୍ଟରନେଟ୍‌ରେ ହେବ ଚାଟିଂ l

➡️୬-ମିଶୋ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଆମାଜନ ଆଣିଲା ‘ବଜାର’, ଏଣିକି ଗ୍ରାହକଙ୍କୁ କମ୍ ଦାମରେ ମିଳିବ ସାମଗ୍ରୀ l ଏଠାରେ ସମସ୍ତ ବସ୍ତ୍ର ୬୦୦ ଟଙ୍କାରୁ କମ୍ ଦାମରେ ଉପଲବ୍ଧ ହେବ ।

➡️୭-ବିହାରର ଗୋପାଳଗଞ୍ଜରୁ ସୁରକ୍ଷା ଏଜେନ୍ସୀ ଦ୍ୱାରା ପୁରା ୮୭୭୪ ସିମ୍ କାର୍ଡ ଓ ନେପାଳୀ ମୁଦ୍ରା ହେଲା ଜବତ l ଦିଲ୍ଲୀରୁ ଫ୍ଲାଇଟ୍‌ରେ ଏହି ସମସ୍ତ ସିମକାର୍ଡ ଗୋରଖପୁରକୁ ଅଣାଯାଇଥିଲା l ନେପାଳର କାଠମାଣ୍ଡୁରୁ ପୁରା ନେଟୱାର୍କ ଅପରେଟ୍ ହେଉଥିଲା ।

➡️୮-ଲାଓସରେ ଫସିଥିଲେ ୧୭ ଓଡ଼ିଆ ଶ୍ରମିକ.. ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଫେରିଲେ ଘରକୁ l

➡️୯-ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ।

➡️୧୦-ଭାରତୀୟ ହରର ଫିଲ୍ମର ବାଦଶାହ ଗଙ୍ଗୁ ରାମସେଙ୍କ ୮୩ ବର୍ଷ ବୟସରେ ହେଲା ପରଲୋକ l ରାମସେ ବ୍ରଦର୍ସ ଭାରତରେ ୫୦ରୁ ଅଧିକ ହରର ଫିଲ୍ମ ନିର୍ମାଣ କରିଛନ୍ତି।

➡️୧୧-ଯାନ୍ତ୍ରିକ ସମସ୍ୟା କାରଣରୁ ତୃତୀୟ ଥର ପାଇଁ ରଦ୍ଦ ହେଲା ଭାରତର ପ୍ରଥମ ସେମୀ- କ୍ରାୟୋଜେନିକ ଇଞ୍ଜିନ ରକେଟ ଲଞ୍ଚିଂ l

➡️୧୨-ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଭୋଟ ଦେଖିବ ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ସିଂହଭୂମ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ l ମେ’ ୧୩ରେ ନିର୍ବାଚନ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପକରଣ ହେଲିକପ୍ଟରରେ ଯାଇ ସେଠାରେ ଏୟାରଡ୍ରପ୍‌ କରାଯିବ।

➡️୧୩-ବାରଣାସୀରୁ ମିଳିଲା ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଫର୍ଚ୍ୟୁନର କାର୍ । ଉତ୍ତର ପ୍ରଦେଶ ପୋଲିସ୍ ନଡ୍ଡାଙ୍କ ହରିୟାଣା ନମ୍ବର ଗାଡ଼ିକୁ ବାରଣାସୀରୁ ହେଲା ଜବତ l ସାଂସଦ ଷ୍ଟିକର ଲାଗିଥିବା ନଡ୍ଡାଙ୍କ ଫର୍ଚ୍ୟୁନର କାର୍ ୧୫ ଦିନରେ ୯ଟି ସହର ବୁଲିଛି । ଚୋରମାନେ ଏହାକୁ ନାଗାଲାଣ୍ଡ ନେବାକୁ ଯୋଜନା ରଖିଥିଲେ ।

➡️୧୪-ଗତକାଲି ପଶ୍ଚିମବଙ୍ଗ ପୁରୁଲିଆରେ ଅନୁଷ୍ଠିତ ଏକ ଜନସମାବେଶକୁ ସମ୍ବୋଧିତ କରି ବିଜେପି କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀ l କହିଲେ ପୁଣି ରାମ ନବମୀ ଆସୁଛି, ଏବେ ଚକଲେଟ ବମ ଫୁଟିଲେବି ଆସିବ NIA l

➡️୧୫-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନିର୍ବାଚନ କମିଶନ ପଠେଇଲେ ନୋଟିସ୍‌ l ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଦେଇଥିଲେ ଅପମାନଜନକ ମନ୍ତବ୍ୟ l

➡️୧୬-ଲୋକସଭା ନିର୍ବାଚନ ଲଢ଼ିବେ ମେହବୁବା ମୁଫତୀ । ସେ ଅନନ୍ତନାଗରୁ ଗୁଲାମ ନବୀ ଆଜାଦଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

➡️୧୭-ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍‌ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଁଚିଲା l ଗତ ବର୍ଷ ଅକ୍ଟୋବର ୭ ତାରିଖରେ ପାଲେଷ୍ଟାଇନ୍‌ର ହମାସ ସଂଗଠନ ଇସ୍ରାଏଲ ଉପରେ ଅତି ବର୍ବର ଆକ୍ରମଣ କରିବା ପରେ ଇସ୍ରାଏଲ ଗାଜାରେ ସାମରିକ ଅଭିଯାନ ଆରମ୍ଭ କରିଥିଲା l

➡️୧୮-ଆଇପିଏଲ ୨୦ତମ ମ୍ୟାଚରେ : ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ, ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଲା l

➡️୧୯-ଆଇପିଏଲ ୨୧ତମ ମ୍ୟାଚରେ : ଯୁବ ପେସ୍ ବୋଲର ୟଶ୍‌ ଠାକୁର ୫ଟି ଏବଂ ବାମହାତି ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେବାରୁ ପୂର୍ବତନ ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସକୁ ୩୩ ରନ୍‌ରେ ଲକ୍ଷ୍ନୌ କଲା ପରାସ୍ତ l

➡️୨୦-ଇତିହାସ ରଚିଲେ ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ ଟି -୨୦ କ୍ରିକେଟରେ ୧୫୦୦ ରୁ ଅଧିକ ବାଉଣ୍ଡାରୀ ମାରିବାର ହାସଲ କଲେ ରେକର୍ଡ l