ଉମରକୋଟ ବ୍ଲକ ଅନ୍ତର୍ଗତ ସମସ୍ତ ୨୭୫ ପ୍ରାଥମିକ/ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଅଭିଯାନ ଉତ୍ସବ ଅନୁଷ୍ଠିତ……..
ଉମରକୋଟ:-ଏହି ଉତ୍ସବର ମୂଖ୍ୟ ଉଦ୍ଦେଶ୍ୟ ପୂରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବିଦ୍ୟାଳୟ ସହ ସଂଯୋଗ କରିବାର ପରିକଳ୍ପନା। ପୂରାତନ ଛାତ୍ରଛାତ୍ରୀମାନଙ୍କର ଅର୍ଥ ଦାନ ଓ ଶ୍ରମଦାନ ବଳରେ ବିଦ୍ୟାଳୟ ଗୁଡିକ ରେ ରୂପାନ୍ତରିତ ହୋଇପାରିଅଛି। ସେଥିରେ ବିଦ୍ୟାଳୟ ର କଳେବର ସମ୍ପୁର୍ଣ୍ଣ ପରିବର୍ତ୍ତିତ ହୋଇଅଛି। ପ୍ରତ୍ୟେକ ବିଦ୍ୟାଳୟ ରେ Smart ଶ୍ରେଣୀ ଗୃହ, ପାଠାଗାର, ବିଜ୍ଞାନ ଗାର, ଖେଳପଡିଆ ର ଉନ୍ନତି, ବିଶୁଦ୍ଧ ପାନୀୟ ଜଳ ଓ ଶୈଚାଳୟର ବ୍ୟବସ୍ଥା କରାଯାଇଛି।ତେଣୁ ଏହି ଅବସରରେ ମୋ ସ୍କୁଲ ଅଭିଯାନ ଆଲୁମିନି କମିଟିର ସଭ୍ୟ/ସଭ୍ୟା ଙ୍କୁ ମାନ୍ୟ ବର୍ ମୂଖ୍ୟମନ୍ତ୍ରୀ ଓଡ଼ିଶା ଙ୍କ ଦ୍ଵାରା ଧନ୍ୟବାଦ୍ ପତ୍ର ପ୍ରଦାନ କରାଗଲା । ଏହି କାର୍ଯ୍ୟକ୍ରମକୁ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ /ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ପରିଚାଳନା କରାଗଲା(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)