April 25, 2026

ଉମରକୋଟ ପୌର ପରିଷଦ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଢ଼େଇଗୁଡା ପରିସର ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସାଵ ପାଳିତ ହୋଇଯାଇଛି……….

ujn0
Share

 

 

ଉମରକୋଟ:-କାର୍ଯ୍ୟକ୍ରମ ରେ ମୋ ସ୍କୁଲ ର ସଭାପତି ବଳରାମ ଗଣ୍ଡ ସ୍ୱାଗତ ଅଭିଭାଷଣ ରେ ସରକାର ଙ୍କ ବିଦ୍ୟାଳୟର ରୂପନ୍ତରୀ କରଣ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତି କରାଇ ଥିଲେ।ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ରାଉତ ଆକାଂକ୍ଷୀ ପାଠ୍ୟ କ୍ରମ,ହାଉସ ସିଷ୍ଟମ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଶୈକ୍ଷିକ ଉନ୍ନତି ନିମିତ୍ତ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଧନ୍ୟବାଦ ପତ୍ର ବଣ୍ଟନ କରାଯାଇଥିଲା।ବିଦ୍ୟାଳୟର ଉତ୍ତର ତର ଉନ୍ନତି ନିମିତ୍ତ ସମସ୍ତେ ଗ୍ରାମବାସୀ ତଥା ପୁରାତନ ଛାତ୍ର ଛାତ୍ରୀ ସହଯୋଗ ର ହାତ ବଢାଇବେ ବୋଲ ମତ ପ୍ରକାଶ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed