April 25, 2026

ତାମିଙ୍ଗି ନିକଟରେ ଗଦ୍ ଗଦା ଯାତ୍ରା ଅନୁଷ୍ଠିତ କିମ୍ବଦନ୍ତୀରେ ଗଦ୍ ଗଦା ଜଳ ପ୍ରପାତ….

hu9
Share

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣକାମ ପଞ୍ଚାୟତ ସ୍ଥିତ ତାମିଙ୍ଗି ଗ୍ରାମ ନିକଟ ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଦଗଦା , ରାୟଗଡା ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଇଲାକା।ଏହି ଜିଲା ପ୍ରକୃତିର ସମ୍ଭାର ଆଉ ସେଥି ମଧ୍ୟରୁ ଗଦଗଦା ଅନ୍ୟତମ।ସୁଗନ୍ଧ ସଭାରାଜିରେ ଭରପୁର ଏହି ସ୍ଥାନ ।ଏହି ଜଳପ୍ରପାତ ବେଶ ମନମୁଗ୍ଧକର। ଗଦଗଦ ହୋଇ ଏଠାରେ ଝରଣା ପାଣି ବହୁଥିବାରୁ ଏଠାକାର ନାମକରଣ ଗଦଗଦା ହୋଇଛି,।ଏହାକୁ ଉତ୍ତର ଗଙ୍ଗା ବୋଲି ମଧ୍ୟ କହିଥାନ୍ତି କାରଣ ଏହି ଝରଣାର ପାଣି ଉତ୍ତର ଦିଗକୁ ପ୍ରବାହିତ ହେଉଥିବାରୁ ଏପରି ନାମକରଣ ହୋଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପକ୍ଷରୁ କୁହାଯାଇଛି, ଝରଣା ର ମଧ୍ୟ ଭାଗ ପଥର ଗୁମ୍ଫାରେ ପୂଜାପାଉଛନ୍ତି ନୀଳକଣ୍ଠ ମହାଦେବ।ପ୍ରତ୍ୟେକ ବର୍ଷ ମାଘ ମାସ ପୂର୍ଣ୍ଣିମା ତିଥିରେ ଏଠାରେ ବଡ଼ ଯାତ୍ରା ଅନୁଷ୍ଠିତ ହୋଇଥାଏ ।ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ପୂଜା ଗୁଣୁପୁର ନିକଟସ୍ଥ ବିକ୍ରମପୁର ର ମାଳି ସମ୍ପ୍ରଦାୟର ଲୋକମାନେ ବହୁପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା କରି ଆସୁଛନ୍ତି, ବହୁ ଦୂରଦୁରାନ୍ତ ରୁ ଏଠାକୁ ଭକ୍ତ ଆସିଥାନ୍ତି।ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ରୁ ବହୁ ଭକ୍ତ ଏହି ସ୍ଥାନ କୁ ଆସି ଛୋଟ ଛୁଆ ମାନଙ୍କର ମୁଣ୍ଡନ ହୋଇଥାନ୍ତି। ବିଶ୍ୱାସ ରହିଛି ଏଠାରେ ଦେବ ଦେବ ମହାଦେବ ଙ୍କୁ ମାନସିକ କରିବା ଦ୍ୱାରା ନିସନ୍ତାନ ଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ତେଣୁକରି ଏଠାରେ ମାନସିକ କରିଥାନ୍ତି।ମାନସିକ ପୂର୍ଣ୍ଣ ମଧ୍ୟ ହୋଇଥାଏ। ହେଲେ ବିଡ଼ମ୍ବନାର ବିଷୟ ଭିତ୍ତିଭୂମି ଅଭାବ ରୁ ଲୋକ ଲୋଚନକୁ ଆସିପାରୁନାହିଁ ଏହି ସ୍ଥାନ। ଆଦିବାସୀ ଇଲାକା ରେ ଲୁକ୍କାୟିତ ଭାବେ ରହିଥିବା ହେତୁ ଏହି ସ୍ଥାନରେ ସୌନ୍ଦର୍ଯ୍ୟ ର ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି। ଏହି ସ୍ଥାନ କୁ ଯିବାକୁ ହେଲେ ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ୪ କିମି ଦୂରତା ଅତିକ୍ରମ କରି ଯିବାକୁ ପଡ଼ିଥାଏ ଯେହେତୁ ମୁଖ୍ୟ ରାସ୍ତା ଠାରୁ ଦୂର ରେ ଥିବା ରୁ ଲୋକେ ଜାଣିପାରନ୍ତି ନାହିଁ।ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ହେଉଛି କିନ୍ତୁ ଏଠାକାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏଠାରେ ବିକାଶ ର ଚିହ୍ନ ବର୍ଣ୍ଣ ନଥିବା ଦେଖିବାକୁ ମିଳିଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କୋରାପୁଟ ସାଂସଦ ଗିରିଧର ଗମାଙ୍ଗ ଙ୍କ ଅମଳ ରେ ସେହି ସ୍ଥାନ କୁ ଯିବା ପାଇଁ ପାହାଚ ନିର୍ମାଣ କରାଯାଇଥିଲା କିନ୍ତୁ ତାହା ଭାଙ୍ଗିବାକୁ ବସିଲାଣି ।ଏହି ଦିନରେ ଜିଲ୍ଲା ସମେତ ଜିଲ୍ଲା ବାହାରୁ ଅନେକ ବ୍ୟବସାୟୀ ମାନେ ଭଳିକି ଭଳି ଜିନିଷ ବିକ୍ରି କରିବା ନିମନ୍ତେ ବ୍ୟବସାୟୀ ମାନେ ଏଠାକୁ ଆସି ଭଲ ବ୍ୟବସାୟ କରିଥାନ୍ତି ,ମୁଖ୍ୟତଃ ଏହି ଯାତ୍ରାରେ ଆଖୁ ,ତରଭୁଜ ବହୁତ ମାତ୍ରାରେ ବିକ୍ରି କରାଯାଇଥାଏ ,ଆଦିବାସୀ ଇଲାକାରେ ରହିଥିବା ଏହିସ୍ଥାନର ସୌନ୍ଦର୍ଯ୍ୟକରଣ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଗଲେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥାନ୍ତା ବୋଲି ଏହି ଅଞ୍ଚଳ ର ଜନସାଧାରଣ ଦାବି କହିଛନ୍ତି। ଘଟଣା ସ୍ଥଳରେ ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରା ସଦଳବଳେ ଉପସ୍ଥିତ ରହି ଲୋକଙ୍କ ଭିଡ଼ କୁ ନଜର ରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ,ଏହି ଗଦଗଦା ଯାତ୍ରାକୁ ନବୀନ ପିପ୍ପଳୀ, ଜଗେନ୍ଦ୍ର ନିମାଲପୁରୀ, ଉପେନ୍ଦ୍ର ନିମାଲପୁରୀ, ମୋହନ ହାରକା, ଚାଣ୍ଟି ହାରକା ପ୍ରମୁଖ ପରିଚାଳନା କରିଥିବା ବେଳେ ନିକଟସ୍ଥ ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।
ରାମନାଗୁଡା(ସଞ୍ଜିବ କୁମାର ଦାଶ ଙ୍କ ରିପୋର୍ଟ)

You may have missed