April 25, 2026

ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ….

mp0
Share

ପାତ୍ରପୁର ,ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ପୁରିଆ ସାହି ପ୍ରାଥମିକ ବିଦ୍ୟାଳୟ ର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ ପାଣି ଙ୍କୁ ସ୍ଥାନୀୟ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଭାପତି ଲକ୍ଷ୍ମୀକାନ୍ତ ଭୁୟାଁ ସଭାପତିତ୍ବ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ସଚଳା ଦେବୀ, ସାମ୍ୱାଦିକ ମାଧବ ବାଡତ୍ୟା, ସହକାରୀ ଶିକ୍ଷକ ଦେବେନ୍ଦ୍ର ବ୍ରହ୍ମା , ହାଡ଼ି ଶବର, ରିତାଞ୍ଜଳି ସାହୁ , ଗ୍ରାମ ବିକାଶ କାର୍ଯ୍ୟଳୟ ପକ୍ଷରୁ ଏସ.ସାନିଜା ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବ ଦିନେ ଏଲିମେଣ୍ଟ୍ରି ଶିକ୍ଷକ ସନ୍ତୋଷ ପାଣି ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ହେତୁ ପୁରିଆସାହି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ , ଅବିଭାବକ ଓ ଗ୍ରାମବାସୀ ମାନେ ସନ୍ତୋଷ ପାଣି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଦେଇଥିଲେ। ଉପାନ୍ତ ଅଞ୍ଚଳ ପୁରିଆସହି ବିଦ୍ୟାଳୟ ର ଶିକ୍ଷକଙ୍କୁ ସମ୍ମାନିତ କରିଥିବା ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜ୍ଞାପନ କରଯାଇଥିଲା।(ସନ୍ତୋଷ କୁମାର ପ୍ରଧାନ ଙ୍କ ରିପୋର୍ଟ)

You may have missed