March 8, 2026

ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଲୋଚନା ଚକ୍ର 

IMG-20251207-WA0230
Share

 

 

ବେଲଗୁଣ୍ଠା, ୦୭/୧୨,ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଗାଙ୍ଗପୁର ଥାନା ପରିସରରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ, ଏଏସ୍ଆଇ ସୁଷମା ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ହାବିଲଦାର ସରୋଜ କୁମାର ରଣସିଂ,ଝାଡ଼ବନ୍ଧ ସରପଞ୍ଚ ପ୍ରତିନିଧି, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର କୁମାର ଡାକୁଆ ,ବେଲଗୁଣ୍ଠା ପ୍ରେସକ୍ଳବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ ପଞ୍ଚାନନ ସାହୁ, ବରିଷ୍ଠ ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଯୁବ ଶକ୍ତିର ଅଭ୍ୟୁଦୟ ଏବଂ ରାଷ୍ଟ୍ର ଗଠନ ଦିଗରେ ଯୁବଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା I ରାଷ୍ଟ୍ରର ସଂହତି ଏବଂ ଏକତା ରକ୍ଷା ଦିଗରେ ଯୁବକ ମାନଙ୍କରେ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ I ଏହା ସହିତ ସଡ଼କ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ