ସାରଳାଦାସ ଙ୍କ ସମାଧିପୀଠ ରେ ସାରଦା ଏକାଡେମୀ 1971 ବ୍ୟାଚ ର ବନ୍ଧୁମିଳନ …
ତିର୍ତ୍ତୋଲ ତା 7/12/2025 ଦୀର୍ଘ ପଞ୍ଚାବନ ବର୍ଷର ବ୍ୟବଧାନପରେ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର 1971 ମସିହା ମାଟ୍ରିକବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନେ ଦୀର୍ଘ 55 ବର୍ଷପରେ, ସର୍ବପ୍ରଥମଥର ପାଇଁ ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ ଗତ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆଭାଷା ସାହିତ୍ୟର ପ୍ରାଣପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ସାରଳା ଦାସ ସ୍ମୃତିଭବନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ସାମନ୍ତରାୟ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, କାର୍ଯ୍ୟକ୍ରମ ଆରମ୍ଭହେବା ପୂର୍ବରୁ ମା ସାରଳା ଙ୍କ ମାର୍ଜ୍ଜନା ଓ ପୂଜାର୍ଚ୍ଚନା ପରେ ସାରଳl ଦାସ ଙ୍କ ସମାଧିପୀଠ ରେ ଓ ପ୍ରତିମୂର୍ତ୍ତି ରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା l ସଭାର ପ୍ରାରମ୍ଭରେ ଏକାଡେମୀର ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ପାଇଁ ନିରବପ୍ରାର୍ଥନା ପରେ ପ୍ରାକ୍ତନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଙ୍କୁ ଅନୁଷ୍ଠାନିକ ଭାବେ ଉତ୍ତରୀୟ ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ତେବେ 55 ବର୍ଷ ତଳର ସ୍ମୃତି ଚାରଣ କରି ପୁରାତନ ବିଦ୍ୟାର୍ଥୀ ମାନେ ଭାବବିହ୍ଵଳ ହୋଇ ଉଠିଥିଲେ l ଏଥିରେ ପ୍ରତାପ ଚନ୍ଦ୍ର ପରିଜା, ଜ୍ୟୋତିରଞ୍ଜନ ବର୍ଦ୍ଧନ, ରବୀନ୍ଦ୍ର କୁମାର ମହାରଣା, ରାଧାଶ୍ୟାମ ମୁଦୁଲି, ରାଜେନ୍ଦ୍ର ଶୁକ୍ଳ, ନିରଞ୍ଜନ ସାହୁ, ଭାଗିରଥି ପରିଜା, ବାବାଜୀ ଚରଣ ବେହେରା, ଲକ୍ଷ୍ମୀଧର ମଲ୍ଲିକ, ଶରତ ଚନ୍ଦ୍ର ସ୍ୱାଇଁ, ବିନୋଦିନୀ ଦାସ, ବିଜୟଲକ୍ଷ୍ମୀ ଦାସ, ସୁଷମା ବେଉରା , କମଳ ଚରଣ ଦାସ, କନକପ୍ରଭା ସିଂହ, ସବିତା ବାରିକ, ଜ୍ୟୋସ୍ନାରାଣୀ ପଟ୍ଟନାୟକ, ରାମଚନ୍ଦ୍ର ସିଂହ, ଦିବାକର ବାରିକ, ବସନ୍ତ ମଲ୍ଲିକ, ଅଲେଖ ଚରଣ ବାରିକ, ବନମାଳୀ ମହାପାତ୍ର, ସୁଧାକର ବାରିକ, କ୍ଷେତ୍ରମୋହନ ଦାସ ଓ ଭାଗିରଥି ମହାନ୍ତି ପ୍ରମୁଖ ପ୍ରାୟ ପଚାଶଜଣ ରୁ ଅଧିକ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ସକ୍ରିୟ ଅଂଶଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ| ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
