ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ।
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମନିଭଟ୍ଟା ଗ୍ରାମରେ ଗତକାଲି ରାତିରେ ଜଣେ ଯୁବକ ତାଙ୍କ ଘରେ ବେକରେ ଦଉଡି ଲଗାଇ ଝୁଲୁଥିବା ନେଇ ଜୟପାଟଣା ପୋଲିସ ଖବର ପାଇବା ପରେ, ଘଟଣା ସ୍ଥଳରେ ପହଞ୍ଚି, ସନ୍ଦେହ ଜନକ ଭାବରେ ଝୁଲୁଥିବା ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଜୟପାଟଣା ଗୋଷ୍ଠି ସ୍ଵାଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ, ଘର ଲୋକଙ୍କୁ ଜେରା କରିବା ପରେ ପ୍ରାଥମିକ ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା ଯେ’, ମୃତ ଯୁବକ ଜଣକଙ୍କ ନାମ ହେଲା ଝିନୁ କାଣ୍ଡେଲ(ରାଜୁ) ଏବଂ ସିଏ ଉତ୍ତର ପ୍ରଦେଶ ଅଞ୍ଚଳରୁ କାମ କରିବା ପାଇଁ କଳାହାଣ୍ଡିକୁ ଆସିଥବା ବେଳେ, ଏହି ମନିଭଟ୍ଟା ଗ୍ରାମର ଜଣେ ଯୁବତୀଙ୍କ ପ୍ରେମରେ ପଡି ପ୍ରାୟ ବର୍ଷେ ହେବ ଯୁବତୀଙ୍କୁ ବିବାହ କରି ତାଙ୍କ ଘରେ ରହିଆସୁଥିଲେ। କିନ୍ତୁ କେଉଁ କାରଣ ଯୋଗୁଁ ଯୁବକ ଜଣକ ଦଉଡି ଲଗାଇ ଆତ୍ମହତ୍ୟା କଲେ, ତାହା ପୋଲିସ ଜାଣିବାକୁ ପାଇନଥିଲା। ତେଣୁ ଘଟଣଟି ସନ୍ଦେହ ଜନକ ହେବାରୁ, ପୋଲିସ ଏନେଇ ଏକ ମାମଲା ୠଜ୍ଜୁ କରି ପ୍ରକୃତରେ ଏହା ଆତ୍ମହତ୍ୟା ନା ସୁନିୟୋଜିତ ହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଦେଇଛି।
