April 24, 2026

ଖୋଲା ପରିତ୍ୟକ୍ତ କୂଅ ରୁ ଉଦ୍ଧାର ହେଲା ୮ ବର୍ଷର ହାତୀ ଛୁଆ   ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ହାତୀ କୁ ଉଦ୍ଧାର କଲା ବନବିଭାଗ

IMG-20251207-WA0156
Share

 

 

 

ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର୍ ଗ୍ରାମରେ ଏକ ୮ ବର୍ଷ ର ହାତୀ ଛୁଆ କୂଅ ରେ ପଡି ଯାଇଥିବା ବେଳେ ବନବିଭାଗ ଉଦ୍ଧାର କରିଛି। ବନ ବିଭାଗ ର ସୂଚନା ମୁତାବକ ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୯୦ ଟି ହାତୀ ଗଡସନ୍ତ୍ରୀ ପଞ୍ଚାୟତ ଅଭିମୁଖେ ଆସୁଥିବା ବେଳେ ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ୯୦ ଟି ହାତୀ ରୁ ଏକ ୮ ବର୍ଷର ହାତୀ ଛୁଆ ଗ୍ରାମ ମଧ୍ୟକୁ ପ୍ରବେଶ କରି ଏକ ପରିତ୍ୟକ୍ତ କୂଅରେ ପଡି ଯାଇଥିଲା। ଗ୍ରାମବାସୀ ଏହା ଜାଣି ପାରି ବନବିଭାଗ କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମ ସରପଞ୍ଚ ଅନୁସୂୟା ଗଡନାୟକ, ରେଞ୍ଜର

ଚାରୁ ଲତା ନାୟକ ଫରେଷ୍ଟର କୁଶଧ୍ଵଜ ନାୟକ, ପଙ୍କଜ ବେହେରା, ଆର ଆର ଟି ଫରେଷ୍ଟର ସିପୁନ୍ ବେହେରା, ହାତି ସ୍କ୍ୱାର୍ଡ, ରାପିଡ୍ ଅକ୍ସନ ଟିମ, ଗଜ ମିତ୍ର ଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ଥିଲେ। ବନବିଭାଗ ପକ୍ଷରୁ ଏକ ଜେସିବି ମେସିନ୍ ଡକାଇ କୂଅର ଏକ ପାର୍ଶ୍ଵରୁ ଖନନ କରି ହାତୀ ଛୁଆ କୁ ଉଦ୍ଧାର କରିଥିଲେ। ତେବେ ହାତୀ ଗ୍ରାମ କୁ ପ୍ରବେଶ ନେଇ ସରପଞ୍ଚ ଓ ଗ୍ରାମବାସୀ ଙ୍କ ପକ୍ଷରୁ ବନବିଭାଗ ଅଧିକାରୀ ଙ୍କ ସହ କିଛି ସମୟ ଉତେଜନା ପରେ ବନବିଭାଗ ଅଧିକାରୀ ଗ୍ରାମରେ ଆଲୋକୀକରଣ ଓ ସୋଲାର ତାର ବିଛାଇବା ର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା ।