April 26, 2026

(କୁଜଙ୍ଗ 15ନମ୍ବର ଠାରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ)

ccaab7e0-15c5-4084-8369-79887e68b762
Share

କୁଜଙ୍ଗ ବ୍ଲକର 15 ନମ୍ବର ନିକଟରେ ଥିବା ସ୍ୱପ୍ନା ମଣ୍ଡପ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ଦୃଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଉଦଯାପନୀ ଦିବସରେ ଏକ ଦିବସୀୟ ପ୍ରଶିକ୍ଷଣ କର୍ମଶାଳା ରକ୍ଷକ ପାଳିତ ହୋଇଯାଇଅଛି.ପ୍ରଥମେଏହି ଶିବିରକୁ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉପସ୍ଥିତ ଅତିଥିମାନେ ଉଦ୍ଘାଟନ କରିଥିଲେ.ଆଞ୍ଚଳିକ ପରିବହନ ଅଧିକାରି ନିର୍ମଳ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେବା ସହ ମୁଖ୍ୟ ବକ୍ତା ଚିନ୍ମୟ କୁମାର ରାଉତ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତିର୍ତ୍ତୋଲ,ସ୍ୱତନ୍ତ୍ର ଅତିଥି ସଂଜୀବ କୁମାର କର ଅଧ୍ୟାପକ ପ୍ରାଥମିକ ଚିକିତ୍ସା,ସଂମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ହିମାଂଶୁ ଶେଖର ମହାନ୍ତି ମାଷ୍ଟର ଟିଚର,ବରିଷ୍ଠ ଆଇନୀଜୀବୀ ଗତିକୃଷ୍ଣ ଶତପଥୀ,ସମାଜସେବୀ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା,ସାଂସଦଙ୍କ ପ୍ରତିନିଧି ସୁଢଳ ସ୍ୱାଇଁ,ମଙ୍ଗରାଜପୁର ଗ୍ରାପ ପୂର୍ବତନ ସରପଞ୍ଚ ବିପିନ କୁମାର ତ୍ରିପାଠୀ, ସୁସଂଗଠକ ଶିଶିର କୁମାର ନାୟକ, ଦେବଦୁତ ସଡ଼କ ସୁରକ୍ଷା ବାହିନୀର ସଭାପତି ପଙ୍କଜ କୁମାର ତରାଇ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୋଭା ମଣ୍ଡନ କରିଥିଲେ.ଏହି ପ୍ରଶିକ୍ଷଣ କର୍ମଶାଳାରେ ସ୍ବେଛାସେବୀ ଅନୁଷ୍ଠାନ ଦେବଦୁତ ସଡ଼କ ସୁରକ୍ଷା ବାହିନୀର ସଭାପତି ପଙ୍କଜ କୁମାର ତରାଇ ସଭାପତିତ୍ବ କରିଥିବା ବେଳେ ପ୍ରଶିକ୍ଷଣ କର୍ମଶାଳାରେ ଜିଲ୍ଲା ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭର ଭାଇମାନେ ଓ ଦେବଦୁତ୍ତ ସଡ଼କ ସୁରକ୍ଷା ବାହିନୀର ସମସ୍ତ ସଭ୍ୟମାନେ ଯୋଗଦେଇ ସଡ଼କ ଦୃଘଟଣାକୁ କିପରି ପ୍ରତିହତ କରାଯାଇ ପାରିବ ଏବଂ ଦୃଘଟଣା ଘଟିଥିବା ଲୋକଟିକୁ ଆମେ କିପରି ଜୀବନ ବଞ୍ଚାଇ ପାରିବା ସେ ଦିଗରେ ଉପଯୁକ୍ତ ପ୍ରସିକ୍ଷଣ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ପ୍ରଦାନ କରାଯାଇଥଲା.ଜାତୀୟ ସ୍ବେଛାସେବୀ ଅନୁଷ୍ଠାନ ମଦର ଟେରେସା ଫାଉଣ୍ଡେସନର ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ସଭାକାର୍ଯ୍ୟ ପରିଚାଳନ କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ.ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜନିଜ ଅଭିଭାଷଣରେ ସମସ୍ତିଙ୍କୁ ପରାମର୍ଶରେ କହିଥିଲେ ଆଜି ଯେଉଁ ମୃତ୍ୟୁ ଜନିତ ସଡ଼କ ସୁରକ୍ଷା ଶୂନ୍ୟ ଦିବସର ଉଦଯାପନୀ ପାଳନ କରିବାକୁ ଯାଉଅଛେ ସରକାରଙ୍କର ସମସ୍ତ ସଡ଼କ ସୁରକ୍ଷା ନୀତି ନିୟମ ପାଳନ କରି ଗାଡି ଚଳାଇଲେ ଦୃଘଟଣାକୁ ପ୍ରତିହତ କରିପାରିବା.ସର୍ବ ଶେଷରେ ଡ଼ଃ ସୁନାକର ବେହେରା ସମସ୍ତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ. (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଓଡ଼ିଶା)