March 12, 2026

ବାବା ସାହେବ ଡକ୍ଟର ଵି ଆର ଆମ୍ବେଦକର ଙ୍କ 67ତମ ମହାପରି ନିର୍ବାଣ ଦିବସ ପାଳିତ

IMG-20231207-WA0003
Share

(ବାବା ସାହେବ ଡକ୍ଟର ଵି ଆର ଆମ୍ବେଦକର ଙ୍କ 67ତମ ମହାପରି ନିର୍ବାଣ ଦିବସ ପାଳିତ )

ଜଗତସିଂହପୁର ଆଦିକବି ସାରଳାଦାଶ ସଂସ୍କୃତି ଭବନ ପରିସରରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡକ୍ଟର ଵି. ଆର. ଆମ୍ବେଦକର ଙ୍କ 67ତମ ମହାପରିନିର୍ବାଣ ଦିବସ ଜ଼ିଲ୍ଲା ଦଳିତ ବିକାଶ ପରିଷଦ ଓ ଅଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହି ଦିବସ କୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନୀଜୀବି ଦେବେନ୍ଦ୍ର ମଲ୍ଲିକ | ସଂମ୍ମାନିତ ଅତିଥିଭାବେ ମୂଳନିବାସୀ ୟୁନାଇଟେଡ଼ ଫୋରମ ଓଡିଶା | ଆଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ସଭାପତି ଲକ୍ଷ୍ମୀଧର ଭୋଇ | ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ରତ୍ନାକର କାଣ୍ଡି | ଅଲ ଓଡିଶା ଭୋଇ ସମାଜ ରାଜ୍ୟ ସମ୍ପାଦକ ନିରଞ୍ଜନ ରାଉତ |ମାଳମାରିଚିପୁର ସଂଗ୍ରାମ ପରିଷଦ ସଦସ୍ୟ ବିଜୟ କୁମାରଦାସ ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତା ବାବା ସାହେବ ଙ୍କ ନିତି ଆଦର୍ଶ ରେ ଆଜିର ଯୁବ ପିଢ଼ି ଅନୁପ୍ରାଣିତ ହୋଇ ସମାଜ ରେ ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ସମସ୍ତ ଭେଦ ଭାବ ଭୁଲି ସାମାଜିକ କାର୍ଯ୍ୟ କଲେ ସୁନ୍ଦର ଭାରତ ଗଠନ ହୋଇପାରିବ ବୋଲି ମତ ଦେଇଥିଲେ | ଏହି ଉପଲକ୍ଷେ ପ୍ରାରମ୍ଭରେ ସହ ସହ କର୍ମକର୍ତା ନିମାଇଁ ଭବନ ଠାରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଥିବା ସମସ୍ତ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ତାହା ପରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଵି ଆର ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |। (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଓଡ଼ିଶା)