ଉମରକୋଟ ରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟମ ସଂସ୍କରଣ ୟୁପିଲ…….
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ଆଜି ଠାରୁ ଆରମ୍ଭ ହୋଇଛି ବହୁ ଚର୍ଚ୍ଚିତ ଉମରକୋଟ ପ୍ରିମିୟର ଲିଗ। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ବିଜୁ ପଟନାୟକ ଷ୍ଟାଡିୟମ ଠାରେ ଏହି ପ୍ରିମିୟର ଲିଗ ମ୍ୟାଚର ଅଷ୍ଟମ ସଂସ୍କରଣର ଶୁଭ ଉଦଘାଟନ ହେଲା। ଚଳିତ ବର୍ଷ ଓଡିଶା ସମେତ ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଜାମ୍ମୁ କାଶ୍ମୀର , ଆନ୍ଧ୍ର ପ୍ରଦେଶ ରାଜ୍ୟ ରୁ ମୋଟ ୧୬ଟି ଟିମ୍ ଅଂଶ ଗ୍ରହଣ କରିବେ। ଚଳିତ ବର୍ଷ ଏହି ଉମରକୋଟ ପ୍ରିମିୟର ଲିଗ୍ ବିଜେତା ଙ୍କୁ ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ଓ ଉପବିଜେତା ଙ୍କୁ ୧ଲକ୍ଷ ୫୦ ହଜାର ଟଙ୍କା ରାଶି ଘୋଷଣା କରାଯାଇଅଛି। ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଖେଳାଳି ଙ୍କୁ ୨୫ ହଜାର ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯିବ । ଖେଳ କିଭଳି ଭାବେ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁର ର ସହ ଉମରକୋଟ ପ୍ରୀମିଅର୍ ଲିଗ୍ କରାଯିବ ସେଥି ପ୍ରତି ଧ୍ୟାନ ଦେଇ ଲିଗ ର ସଭାପତି ସୁଧାଂଶୁ ଦାସ ବିଭିନ୍ନ ଦାୟିତ୍ଵ ରେ ଥିବା ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଆଜି ଠାରୁ ଆରମ୍ଭ ହୋଇ ଓ ୧୭ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଭାପତି ସୁଚନା ଦେଇଛନ୍ତି। ପ୍ରତି ମ୍ୟାଚ ୧୫ ଓଭର ହେବାକୁ ଥିବା ବେଳେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୨୦ ଓଭର ଲେଖାଏଁ ଖେଳାଯିବ।
