October 5, 2024

ଖବର ଆଜିର* ତାରିଖ ୦୭/୧୧/୨୦୨୩ ମଙ୍ଗଳବାର ।।

Share

*ଖବର ଆଜିର*
ତାରିଖ ୦୭/୧୧/୨୦୨୩ ମଙ୍ଗଳବାର ।।

କ୍ରିକେଟ୍‌ ବିଶ୍ବକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି ବାଂଲାଦେଶ।

ବିଶ୍ୱ କ୍ରିକେଟ୍ ଇତିହାସରେ ପ୍ରଥମ; କୌଣସି ବଲ୍ ନ ଖେଳି ଆଉଟ୍ ହେଲେ ଆଞ୍ଜେଲୋ ମାଥ୍ୟୁସ

ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଅଟଳ ଅଛନ୍ତି। ସୋମବାର ସେ ଏହାକୁ ଦୋହରାଇ କହିଛନ୍ତି ଯେ, ସେ ଦେଇଥିବା ମନ୍ତବ୍ୟରେ କିଛି ଭୁଲ ନାହିଁ।

ଗୁଜରାଟୀ ଠକ ବୟାନରେ ତେଜସ୍ୱୀଙ୍କୁ ଆଶ୍ୱସ୍ତି, ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ ।

ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା । ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଲା ।

ବିଶ୍ୱକପ ବିଫଳତା; ଭାରତଠୁ ଶୋଚନୀୟ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।

ପୁଣି ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ-ଏନସିଆର । ରିକ୍ଟର ସ୍କେଲରେ ତୀବ୍ରତା ୫.୬ ।

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ, ଗାଜାରେ ଶାନ୍ତି ଫେରାଇ ଆଣିବା ଉପରେ ଦୁଇ ରାଷ୍ଟ୍ରନେତାଙ୍କ ଗୁରୁତ୍ୱ ।

ଚାରିଦିନିଆ ଦିଲ୍ଲୀ ଗସ୍ତ‌ରେ ରାଜ୍ୟପାଳ ରଘୁବର ଦାସ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ ।

ସୁପ୍ରିମକୋର୍ଟକୁ ମିଳିବ ୩ ନୂଆ ବିଚାରପତି, ୩ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ।

ଆସିବ ଚାଟଜିପିଟିର ବିକଳ୍ପ: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’ ।

ହାଇକୋର୍ଟର ୩ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଁ ସୁପାରିଶ ।

ଛତିଶଗଡ଼ ନିର୍ବାଚନର ଦିନକ ପୂର୍ବରୁ ନକ୍ସଲ ହମଲା, ବିଏସଏଫ୍ ଯବାନଙ୍କ ସମେତ ୨ ପୋଲିଂ କର୍ମଚାରୀ ଆହତ ।

ଦୀପାବଳି ପୂର୍ବରୁ ନାଗରିକଙ୍କୁ ବଡ଼ ଆଶ୍ୱସ୍ତି: ୨୭.୫୦ ଟଙ୍କାରେ ମିଳିବ ଅଟା, ମୋଦୀ ସରକାରଙ୍କ ଘୋଷଣା ।

ଇସ୍ରାଏଲ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୦୦୦ ପାଲେଷ୍ଟାଇନ ନାଗରିକ ମୃତ, ଏଥିରେ ପିଲାଙ୍କ ସଂଖ୍ୟା ୪୧୦୦ ରୁ ଅଧିକ ।

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା । ପ୍ରଧାନଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ସ୍ଥାନୀୟ ଲୋକେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚଣ୍ଡୀପୁର ମୁନ୍ଧାବଣିଆ ନୋଡାଲ ବିଦ୍ୟାଳୟରୁ ଆସିଛି ଏପରି ଅଭିଯୋଗ ।

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସ୍ବାସ୍ଥ୍ୟବାସ୍ଥାକୁ ନେଇ ନାନା ପ୍ରଚାର ଚାଲିଥିବା ସତ୍ତ୍ବେ ସେ ଆସନ୍ତା ୨୦୨୪ ମାର୍ଚ୍ଚରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି।

ଭୁଟାନର ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା।

ମହଙ୍ଗା ପଡିଲା ଦଳ ବିରୋଧୀ କାର୍ଯ୍ୟକଳାପ, ଦଳରୁ ନିଲମ୍ବିତ ହେଲେ କଳାହାଣ୍ଡି ବିଜେଡିର ତିନି ନେତା ।

ସୁପ୍ରଭାତ ,ଶୁଭ ସକାଳ ।