ଗଞ୍ଜାମ ସହର ବିଭିନ୍ନ ମଣ୍ଡପରେ ମା ଗଜଲକ୍ଷ୍ମୀ ପୂଜା ଆଡ଼ମ୍ବରରେ ପାଳିତ ..

ଗଞ୍ଜାମ= ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ସମେତ ଆଖପାଖ ଅଞ୍ଚଳ ରେ ରେ ମା ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଞ୍ଚଳ ବର୍ତମାନ ଉତ୍ସବ ମୁଖର ହୋଇଉଠିଛି l ସେଥିମଧ୍ୟରୁ ପୁଇଁତଳା ସାନ ସାହି ପୂଜା କମିଟି ପକ୍ଷରୁ ଏହି ପୂଜା ମହାସମାରୋହରେ ପାଳିତ ହେଉଛି l ଏହି ଉପଲକ୍ଷେ ସୋମବାର ଦିନ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପlରମ୍ପପରିକ ରୀତିନୀତି ଅନୁସାରେ ସୂର୍ଯ୍ୟ ପୂଜା, ସନ୍ଧ୍ୟା ଆଳତୀ, ହୋମ କାର୍ଯ୍ୟ ପୁରୋହିତ ଙ୍କ ଦ୍ଵାରା ସମାପିତ ହେଉଛି l ସାହି ରେ ସୁନ୍ଦର ସାଜସଜା, ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଲୋକଙ୍କୁ ଅଧିକ ଆକଶ୍ରିତ କରୁଛି l ସନ୍ଦ୍ୟା ସମୟରେଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ଆସନ୍ତା 15ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ସନ୍ଧ୍ୟା ରେ ବିସର୍ଜନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l ଏହି ପୂଜାରେ ପ୍ରଥମ ଦିନର କର୍ତ୍ତା ରୂପେ ହରିହର ବିଶ୍ୱାଳ ଓପୂର୍ବତନକାଉନସିଲର ସୁଷମା ବିଶ୍ୱାଳ ରହିଥିଲେ l ଏହି ପୂଜାକୁ କମିଟି ର ଯୁବକ ମାନେ ପରିଚାଳନା କରୁଛନ୍ତି l ସେହିପରି ବଡ଼ ବଜାର ବଣିକ ସଙ୍ଘ, ପକ୍ଷରୁ ଅନୁରୂପ ଭାବେ ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ ହେଉଛି l ସାଜସଜ୍ଜା ସାଙ୍ଗକୁ ଏଠାରେ ମଧ୍ୟ୍ୟ ତୋରଣ ଓ ଆଲୋକ ମାଳରେ ଝଲସୁଛି ପୂଜାମଣ୍ଡପ l ଦେଖିବାକୁ ପୂଜା ଲୋକଙ୍କ ପ୍ରବଳ ଭିଡ଼ ହେଉଛି l
