ପୁରୀ କୁମାର ଉତ୍ସବ ସମିତିର ୫୮ତମ କୁମାର ଉତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଆଜି ପୁରୀ ସହର ଭୁଦାନ ସ୍ଥିତ ଏକ ମଣ୍ଡପରେ ପୁରୀ କୁମାର ଉତ୍ସବ ସମିତିର ୫୮ତମ କୁମାର ଉତ୍ସବ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନ ର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ତତ୍ୱାବଧାନ ରେ ଉପସଭାପତି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିଅର ରାଜେଶ ମିଶ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ଅମରେନ୍ଦ୍ର ପାଇକରାୟ ସୁକାନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇ ଅକ୍ଟୋବର ୮ ରୁ ୧୦ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କାର୍ଯ୍ୟକ୍ରମ ର ବିସ୍ତୃତ ବିବରଣୀ ରଖିବା ସହିତ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକ ମାନଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
