October 7, 2024

ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ, ପୁରୀ ପକ୍ଷରୁ ନେସନ ବିଲଡର ଆୱାର୍ଡ ସମ୍ମାନ ପ୍ରଦାନ କରାଯାଇଛି l

Share

ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ, ପୁରୀ ପକ୍ଷରୁ ତଥା ଦେଶ ଗଠନ ତଥା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେସନ ବିଲଡର ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଷ୍ଟେସନ ରୋଡ଼ସ୍ଥିତ ନାଓମୀ ବିଲଡିଂ ଠାରେ ସ୍ୱତନ୍ତ୍ର ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି l କ୍ଳବର ସଭାପତି ରୋଟାରୀଆନ କୈଳାଶ ଚନ୍ଦ୍ର ବେହେରାଙ୍କ ପୌରହିତ ରେ ଅନୁଷ୍ଠିତ ଏହି ଉର୍ତ୍ସବକୁ ସମାଜସେବୀ ତଥା ରାଜଧାନୀ କଲେଜର ଅବସରପ୍ରାପ୍ତ ଅଧକ୍ଷ ଡ଼କ୍ଟର ଅଭିମନ୍ୟୁ ଭୂଇଁୟା ମୁଖ୍ୟ ଅତିଥି, ରୋଟାରୀ 3262ର ଗଭର୍ଣ୍ଣର ରୋଟାରୀଆନ ଯଜ୍ଞାଶିଷ ମହାପାତ୍ର ମୁଖ୍ୟବକ୍ତା,କ୍ଳବ ଲିଟରିସ ଚେୟାରପର୍ଶନ ରୋଟାରୀଆନ ତଥା ବରିଷ୍ଠ ଆଇନୀଜୀବୀ ସୁବାସ ଚନ୍ଦ୍ର ପରିଡା, ପୁରୀ ସଦରବ୍ଲକ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦେଶ ଗଠନ ର ଗୁରୁଦାୟିତ୍ୱକୁ ସମ୍ମାନ ଜଣାଇ ରୋଟାରୀ କ୍ଳବ ପକ୍ଷରୁ ପ୍ରତିବର୍ଷ ନେସନ ବିଲଡର ଆୱାର୍ଡ ପ୍ରଦାନ କରାଯାଉଛି l କ୍ଳବର ସମ୍ପାଦିକା ରୋଟାରୀଆନ ସୁଷମା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ରୋଟାରୀଆନ ମନୋଜ କୁମାର ପାଣିଗ୍ରାହୀ ଓ ରୋଟାରିଆନ ସୁବାସ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ରୋଟାରିଆନ ଦେବରାଜ ପ୍ରଧାନ କ୍ଳବର ଷ୍ଟାଟିଟିକ୍ସ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସମସ୍ତ ରୋଟାରିଆନ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed