October 7, 2024

ବେଦାନ୍ତର ପରିବେଶ ପ୍ରଦୂଷଣ ପ୍ରତିବାଦରେ ରେଳରୋକ

Share

 

ରାୟଗଡା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନାର ଅଶୋଧିତ ତଥା ଦୂଷିତ ଜଲଭଣ୍ଡାର ରେଡମଡ଼ ପଣ୍ଡ ଭୁଷୁଡ଼ି ପଡିବା ଫଳରେ ବିଷାକ୍ତ ପାଉଁଶ ଓ କାଦୁଅ ପାଣି ନିକଟରେ ଥିବା ବଂଶଧାରା ନଦୀରେ ନିଷ୍କାସିତ ହେବା ଫଳରେ ନଦୀର ପାଣି ବିଷାକ୍ତ ହୋଇ ମାଛ,ବେଙ୍ଗ ଓ ଅନ୍ୟ ଜଳଚର ପ୍ରାଣୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା ।ଏହି ନଦୀ କୂଳରେ ରାୟଗଡା ଜିଲ୍ଲାର ଅଧିକାଂଶ ଗ୍ରାମର ଲୋକେ ବସବାସ କରିବା ସହ ଚାଷବାସ କରିଥାନ୍ତି । ବଂଶଧରା ଏହି ଅଂଚଳର ଏକ ପ୍ରମୁଖ ନଦୀ ହୋଇଥିବାବେଳେ ଏଵେ ବେଦାନ୍ତ କମ୍ପାନୀର କାଦୁଅ ପାଣି ମିଶି ପ୍ରଦୂଷିତ ହେବା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ନେଇ ଭୟରେ ରହୁଛନ୍ତି ଅଞ୍ଚଳବାସୀ l ଏଥିସହ ବିଭିନ୍ନ ସ୍ଥାନରେ ଚାଷ ଜମି ପାଇଁ ଉଠା ଜଳସେଚନ ବ୍ୟବସ୍ଥା ଥିବାରୁ ଚାଷ ଜମି ବି ଉଜୁଡିବା ଭୟ ସୃଷ୍ଟି ହୋଇଛି l ଏଭଳି ଦୁର୍ଘଟଣା ବିଶେଷତଃ ଚାଷୀମାନଙ୍କ ଉପରେ ଚଡକ ପକାଇଛି l ବଂଶଧାରା ନଦୀର ପାଣିକୁ ପାନୀୟ ଜଳ ପ୍ରକଳ୍ପରେ ମଧ୍ୟ ବ୍ୟବହାର କରାଯାଉଛି l ବେଦନ୍ତର ଏଭଳି ଜଳ ପ୍ରଦୂଷଣ ବଂଶଧାରା ଅବବାହିକାର ମନୁଷ୍ୟ ସମେତ ଗୃହପାଳିତ ପ୍ରାଣୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି l ଏଭଳି ସଂକଟକୁ ଦୃଷ୍ଟିରେ ରଖି ଗତ 16/09/2024 ସକାଳ ୯ ଘଂଟିକା ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେଦାନ୍ତକୁ ଯାଉଥିବା କଞ୍ଚାମାଲ ବୋଝେଇ ରେଳ ଅଟକ ରଖି ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।ବେଦାନ୍ତର ପ୍ରତିନିଧି ଭଗବାନ ହୋତା(ବୁଲୁ) ଏବଂ ତ୍ରିପତି ପାତ୍ର ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ସହ ମୁନିଗୁଡା ଏସଡ଼ିପିଓ ଓ ଅମ୍ବାଦଳା ଆଇଆଇସିଙ୍କ ଉପସ୍ଥିତିରେ କେତେକ ଗଠନମୂଳକ ଦାବି ପୂରଣ ନିମନ୍ତେ ଲିଖିତ ପ୍ରତିଶୃତି ଦେବା ପରେ ରେଳରୋକ ହଟିଥିଲା l ସ୍ଥାନୀୟ ଲୋକଙ୍କ ଏହି ଆନ୍ଦୋଳନ ପ୍ରତି ସର୍ବଦଳୀୟ ସମର୍ଥନ ଥିବା ଜଣା ପଡିଛି l ଲୋକେ ବର୍ତମାନର ଏହି ସମସ୍ୟାର ସମାଧାନ ପାଇଁ ବଂଶଧାରା କୁଳ ଗ୍ରାମଗୁଡିକରେ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଡାକ୍ତରୀଦଳ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ଅମ୍ଲାଭଟ୍ଟା ସହର ସମେତ ଆଖପାଖ ପ୍ରତ୍ୟେକ ଗ୍ରାମରେ ଟାଙ୍କିଯୋଗେ ପାନୀୟ ଜଳ ଯୋଗାଇବା ଏବଂ ଚାଷୀମାନଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ଆଦି ତିନିଟି ପ୍ରମୁଖ ଦାବି ଉପସ୍ଥାପନ କରିଥିବାବେଳେ ବେଦାନ୍ତ ପକ୍ଷରୁ ପ୍ରତ୍ୟେକ ଦାବି ପୂରଣ ନେଇ ପ୍ରତିଶୃତି ମିଳିଛି l ଭବିଷ୍ୟତରେ ବର୍ଜ୍ୟଜଳର ସୁପରିଚାଳନା ସହିତ ଏଭଳି ତୃଟିର ପୁନରାବୃତ୍ତି ଘଟିବ ନାହିଁ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି l ଓଡିଶା ସରକାର ଙ୍କ ଆଞ୍ଚଳିକ ପ୍ରଦ୍ୟୁଷଣ ବିଭାଗ ସବୁ ଜାଣି ନ ଜାଣିଲା ପରି ଅନ୍ଧ ହୋଇ ବସିଛି ବୋଲି ଅମ୍ବାଦଲା ବିକାଶ ମଞ୍ଚ ର କର୍ମକର୍ତା କହିଛନ୍ତି l ବେଦାନ୍ତ ଧର୍ମ କୁ ଆଖିଠାର ନ୍ୟାୟ ରେ ଏହି ଅଞ୍ଚଳ ରେ କାମ କରୁଛି ବୋଲି ସ୍ଥାନୀୟ ବାସୀ କହିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ