June 29, 2024

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ” ସୁରଭି -୨୦୨୩

Share

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ” ସୁରଭି -୨୦୨୩

 

ପାରଳାଖେମୁଣ୍ଡି:୭/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା
ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ
”ସୁରଭି”-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ପାରଳା ପୌର ପରିଷଦର ସମସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଏବଂ ମହିଳା ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ପୋୖରାଞ୍ଚଳ କ୍ଲଷ୍ଟର ସି ଆର୍ ସି ସି ଏମ୍.ଉମାପତି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଏସ୍.ତିରୁପତି , ନବ କୁମାର ପଟ୍ଟନାୟକ , ମନୋଜିନୀ ପାତ୍ର , ଆର୍. ଲକ୍ଷ୍ମୀ ପଟ୍ଟନାୟକ , ସ୍ଵର୍ଣ୍ଣଲତା ପାଳ , ଏସ୍.କିରଣ ଅତିଥି ଭାବେ ଯୋଗଦେଇ ଉକ୍ତ ମହୋତ୍ସବର ଉଦ୍ଦେଶ୍ୟ ସ୍ୱରୂପ ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ପାଇଁ ଏକ ଉତ୍ତମ ମାଧ୍ୟମ ଅଟେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ବର୍ଗର ବିତର୍କ , ପ୍ରବନ୍ଧ ଲିଖନ , ବକୃତା , ସୃଜନଶୀଳ ଲିଖନ , ଚିତ୍ରାଙ୍କନ, କୁଇଜ୍ , ସଙ୍ଗୀତ , ହସ୍ତାକଳା ଓ ଶିଳ୍ପକଳା , ମିଲେଟ ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।