ଗତକାଲି କୋରାପୁଟ ମେଡିକାଲ କଲେଜ୍ ଓ ହସପିଟାଲ ରେ ୬ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ର ଅନୁଧ୍ୟାନ କରିବା ପାଇଁ ରାଜ୍ଯ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଂ ଆସିଥିଲେ
କୋରାପୁଟ ୫/୦୬/୨୦୨୫ (ଗୁପ୍ତେଶ୍ୱର ରଥ) ଗତକାଲି କୋରାପୁଟ ମେଡିକାଲ କଲେଜ୍ ଓ ହସପିଟାଲ ରେ ୬ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ର ଅନୁଧ୍ୟାନ କରିବା ପାଇଁ ରାଜ୍ଯ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଂ ଆସିଥିଲେ। କୋରାପୁଟ ର କଂଗ୍ରେସ କର୍ମୀ ମାନେ ମେଡିକାଲ ର ବିଭିନ୍ନ ସମସ୍ୟା ନେଇ ଆଲେଚନା କରିବାପାଇଁ ଚାହୁଁ ଥିଲେ କିନ୍ତୁ ମନ୍ତ୍ରୀ ସୂଜଗ ନ ଦେବାରୁ କଂଗ୍ରେସ ଦଳ ପକ୍ଷରୁ ଏହା ତିବ୍ର ପ୍ରତିବାଦ କରାଯାଇଛି। ଏହି ପରି ମାଲକାନଗିରି ର ପୂର୍ବତନ ବିଧାୟକ ଶ୍ରୀ ନିମାଇଁ ସରକାର, ରୁପକ୍ ତୁରୁକ୍ ଭଗବାନ ବାହିନୀପତୀ ଓ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଭଜପା ସରକାର ସମୟରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିଗିଡି ଯାଇଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହେଉଛି। କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ କଂଗ୍ରେସ କର୍ମୀ ମାନଙ୍କୁ ଧକ୍କା ମାରିଛନ୍ତି ବୋଲି ମାଲକାନଗିରି ପୂର୍ବତନ ବିଧାୟକ ଶ୍ରୀ ନିମାଇଁ ସରକାର ଅଭିଯୋଗ କରିଛନ୍ତି।
