ଉମରକୋଟ ରେ ଜାଲିଆତି କରି ଜଳଛାୟ ପ୍ରକଳ୍ପର ୨୩ଲକ୍ଷ ଟଙ୍କା ଉଠାଣ ଅଭିଯୋଗ ରେ ଥାନା ରେ ଜଣେ ଅଟକ………..

IMG-20250605-WA0047
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଠାରେ ଥିବ ୟୁନିୟନ ବ୍ୟାଙ୍କ ଶାଖା ରେ ଜଳଛାୟା ପ୍ରକଳ୍ପର ସରକାରୀ ଅର୍ଥ ପ୍ରାୟ ୨୩ ଲକ୍ଷ୍ୟ ଟଙ୍କା ଉଠାଣ କରି ହଡ଼ପ କରିଥିବା ଅଭିଯୋଗ ରେ ଉମରକୋଟ ପୋଲିସ ଉକ୍ତ ବ୍ୟକ୍ତି କୁ ଥାନା ରେ ଅଟକ ରଖି ପଚରାଉଚୁରା କରୁଛି। ମିଳିଥିବା ସୂଚନା ଅନୁସାରେ ୟୁନିୟନ ବ୍ୟାଙ୍କ ଶାଖାର ଡେପୁଟି ମ୍ୟାନେଜର ଶିବ ଶଙ୍କର ମିଶ୍ର ଉମରକୋଟ ଥାନା ରେ ଦେଇଥିବା ଏତଲା ଅନୁସାରେ ୩/୬/ ୨୫ ତାରିଖ ଦିନ ୧୦.୩୦ ସମୟ ରେ ଝରିଗାଁ ଜଳାଛାୟା ପକଳ୍ପର କିଛି ଅଧିକାରୀ ଆସି ବ୍ୟାଙ୍କରେ ଥିବା ତାଙ୍କ ବିଭାଗର ଆକାଉଣ୍ଟର ଷ୍ଟାଟସ୍ ଜାଣିବା ପାଇଁ ଚାହିଁଥିଲେ। ତନଖି ପରେ ଜଣା ପଡ଼ିଥିଲା ଯେ ଫେବୃଆରି ରୁ ମେ ମାସ ର ବିଭିନ୍ନ ଦିନ ମଧ୍ୟରେ ଅଧିକାରୀ ଙ୍କ ବିନା ଅନୁମତି ଓ ଜାଲ ଦସ୍ତଖତ କରି ମୋଟ ୨୨ଲକ୍ଷ ୫୭ ହଜାର ଟଙ୍କା ଉଠେଇ ନିଆଯାଇଛି। ସରକାରୀ ଅର୍ଥ ଜାଲିୟାତି କରି ଉଠା ଯାଇଥିବା ଜାଣିବା ପରେ ଜଳଛାୟା ପ୍ରକଳ୍ପ ଅଧିକାରୀ ମାନେ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବ୍ୟାଙ୍କ ପକ୍ଷରୁ ଏହାର ମାଷ୍ଟର ମାଇଣ୍ଡ ଥିବା ବିଜୟ କୁମାର ପରିଡ଼ା ଆଲିୟସ ଶ୍ରିଧର ବେହେରା ଯିଏ କି ନିଜକୁ ଜେଇ ତଥା ପିଆଇଏ ର ପରିଚୟ ଦେଇ ଟଙ୍କା ଉଠ।ଉ ଥିଲା ତାକୁ ବ୍ୟାଙ୍କକୁ ଡାକି KYC ସହସଂପୃକ୍ତ କାଗଜ ପତ୍ର ଦାଖଲ କରିବା ପାଇଁ କହିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି କୌଣସି କାଗଜ ପତ୍ର ଦାଖଲ କରି ପାରିନଥିଲେ। ପରେ ବ୍ୟାଙ୍କର ଡେପୁଟି ମ୍ୟାନେଜର ଉମା ଶଙ୍କର ମିଶ୍ର ଉମରକୋଟ ଥାନାରେ ଯାଇ ଲିଖିତ ଅଭିଯୋଗ କରିଥିଲେ। ବିଜୟ କୁମାର ପରିଡ଼ା ଝରିଗାଁ ଥାନାର ଗୁରୁଶିଙ୍ଗା ଓ ଆଉ କିଛି ଗ୍ରାମ ର ଜଳଛାୟା ପ୍ରକଳ୍ପ ର ସଭାପତି ଓ ସଂପାଦକ ଙ୍କୁ ଧରି ଏହି ଅର୍ଥ ଉଠେଇ ଥିବା ଜଣାପଡ଼ିଛି। ଉମରକୋଟ ପୋଲିସ ବିଜୟ କୁମାର ପରିଡ଼ାକୁ ଥାନା କୁ ଆଣି ଅଟକ ରଖିଛି। ବିଜୟର ଘର କଳାହାଣ୍ଡି ଜିଲ୍ଲାର ଜୟପାଟଣା ବୋଲି ଜଣାପଡିଛି। ବିଜୟ ଓ ଅନ୍ୟ କିଛି ଗ୍ରୁପର ସଭାପତି ଓ ସଂପାଦକ ଙ୍କ ନାରେ ଭାରତୀୟ ନ୍ୟାୟ ସଂହିତା ଧାର ୩୧୯(୨),୩୧୮ (୪), ୩୩୬ (୩), ୩୪୦ (୨) ଓ ୩ (୫) ରେ ବିଜୟ କୁମାର ପରିଡ଼ା ପୂର୍ବେ କଳାହାଣ୍ଡି ଜିଲ୍ଲାରେ ଜଳଛାୟା ପ୍ରକଳ୍ପ ବିଭାଗରେ କାମ କରୁଥିଲେ। ସେ କଣ କଲେ ଟଙ୍କା ଉଠେଇ ହେବ ସେ ବିଷୟରେ ଭଲ ଭାବରେ ଅବଗତ ଥିଲେ। ଏପରି କି ସେ ଉମରକୋଟ ଜଳଛାୟା ପ୍ରକଳ୍ପର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହା ପୂର୍ବରୁ ଏହି ଲୋକ ଏପରି କରି ପାରେ ବୋଲି ବିଭାଗୀୟ ଅଧିକାରୀ ମାନେ ବ୍ୟାଙ୍କକୁ ସୂଚନା ଦେଇଥିଲେ। ଏହି ବ୍ୟକ୍ତି ଜଣଙ୍କ ଯେତେ ବେଳେ ଉତ୍କଲ ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଉଠେଇବା ପାଇଁ ଯାଇଥିଲା ବ୍ୟାଙ୍କ ଅଧିକାରୀ ମାନେ ଉମରକୋଟ ଥାନା କୁ ନ ଜଣାଇ କେବଳ ଧମକ ଦେଇ ଛାଡ଼ି ଦେଇଥିଲେ। ଯଦି ଥାନାକୁ ଜଣାଇ ଥାଆନ୍ତେ ଆଜି ୟୁନିୟନ ବ୍ୟାଙ୍କରେ ଠକେଇ ହେଇ ନ ଥାନ୍ତା ବୋଲି ସଧାରଣ ରେ ଚର୍ଚା ହେଉଛି ତେବେ ୨୩ ଲକ୍ଷ ଟଙ୍କା ଉଠିବା ପର୍ଯ୍ୟନ୍ତ ମଧ୍ୟ ଝରିଗାଁ ଜଳଛାୟ ପ୍ରକଳ୍ପ ର ଅଧିକାରୀ ମାନେ ଜାଣିପାରିଲେ ନାହିଁ କେମିତି ? ଓ ୟୁନିୟନ ବ୍ୟାଙ୍କର କର୍ମଚାରୀ ମାନେ ବିନା ତନଖି ଓ ଅନୁସଂଧାନ ନ କରି ଟଙ୍କା ଦେଇ ଯାଉ ଥିଲେ କେମିତି ? ଯାହା କି ବ୍ୟାଙ୍କ ର ଉଛ ସ୍ତରୀୟ ତଦନ୍ତ ହେଲେ ଜଣା ପଡିବ। ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ଉମରକୋଟ ଥାନା ଆଇଆଇସି ରମା କାନ୍ତ ସାଏ ସୂଚନା ପ୍ରଦାନ କରିଛନ୍ତି। ତେବେ ବିଜୟ କୁମାର ପରିଡ଼ା ଏପରି ଜାଲିଆତି କରି ଆଉ ଅନ୍ୟ କୌଣସି ଅଞ୍ଚଳରୁ ଟଙ୍କା ଉଠେଇ ଛନ୍ତି କି ନାହି ତାହାର ତଦନ୍ତର ଆବଶ୍ୟକ ରହିଛି।

ଉମରକୋଟ ଥାନା ଆଇଆଇସି ରମା କାନ୍ତ ସାଏ ଘଟଣାର ତଦନ୍ତ ଅଧିକାରୀ ଭାବେ ରହି ତଦନ୍ତ କରୁଛନ୍ତି।