June 29, 2024

ଏନ. ଏ. ସି ଅଫିସ ଗେଟ ରେ ତାଲା ପକାଇ ପ୍ରତିବାଦ କରି ଧାରଣା ଦେଲେ

Share

ଏନ. ଏ. ସି ଅଫିସ ଗେଟ ରେ ତାଲା ପକାଇ ପ୍ରତିବାଦ କରି ଧାରଣା ଦେଲେ

====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଏନ.ଏ. ସି କାର୍ଯ୍ୟନିଷ୍ଟା, ପରୋଉପକାର, କର୍ତବ୍ୟପରାୟଣ ସଚୋଟ ଅଫିସର ଙ୍କ ହଟାତ ଗଞ୍ଜାମ ଏନ ଏ ସି ରୁ ରିଲିଜ କରିବା ଗଞ୍ଜାମ ବାସୀଙ୍କୁ ମର୍ମାହତ କରିଦେଇଛି l ଗଞ୍ଜାମ ର ବିକାଶ ପଥରେ ଇଓ ଅବିନାଶ ମିଶ୍ର ଙ୍କ ଭୂମିକା ଅତୁଟ ନିୟ l ଶ୍ରୀ ମିଶ୍ର ଗଞ୍ଜାମ ଏନ ଏ ସି
ଯୋଗ ଦେବା ପରଠାରୁ ଗଞ୍ଜାମ ବିକାଶ ପଥରେ ବଢ଼ି ଚାଲିଛି ହଟାତ ବଦଳି ହୋଉଗିବା ଘଟଣା ଗଞ୍ଜାମ ଜନସାଧାମନରେ ଅସନ୍ତୋଷ ପ୍ରକେଶ ପାଇଛି l ଗଞ୍ଜାମ ଏନଏସି ଇଓ ଅବିନାଶ ମିଶ୍ରଙ୍କୁ ବଦଳଏହାକୁ ପ୍ରତିବାଦ କରି ଏନଏସିର ସମସ୍ତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ମହିଳା ପୁରୁଷ ସୁଇପେରଙ୍କ ସମେତ ସ୍ଥାନୀୟ ଅଂଚଳ ଜନସାଧାରଣ ଶନିବାର ଏନଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପଦର୍ଶନ କରିଛନ୍ତି l ଇଓ ମିଶ୍ରଙ୍କ ବଦଳି ସ୍ଥଗିତ କରିବାକୁ ସେମାନେ ଦାବୀ କରିଛନ୍ତି l ବଦଳି ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ l ଏନଏସି ଅସ୍ଥାୟୀ ସୁଇପେର ମାନେ ସାନିଟେସନ ତଥା ସଫେଇ କାର୍ଯ୍ୟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଇଓ ମିଶ୍ର ଙ୍କ ରାତି ଅଧିଆ ବଦଳିକୁ ସମସ୍ତ ବର୍ଗର ମହିଳା ଗୋଷ୍ଠୀ ଦୃଢ଼ ନିନ୍ଦା କରିଥିଲେ l ଇଓଙ୍କ ବଦଳି ପ୍ରତିବାଦକୁ ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ ସମସ୍ତ କାଉନସିଲର ସମର୍ଥନ କରୁଥିବା ଦେଖିବାକୁ ମିଳିଛି l ଏଥିସହ ବଦଳିକୁ ଆଉ କିଛି ମାସ ସ୍ଥଗିତ ରଖିବାକୁ ମହିଳା ଗୋଷ୍ଠୀ ଓ ଜନପ୍ରତିନିଧି ମାନେ ଦାବୀ କରିଛନ୍ତି l
ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ ଇଓ ଅଭିନାଶ ମିଶ୍ର ଆସି ଧାରଣା ସ୍ଥଳ କୁ ଆସି ବୁଝାସୁଜା କରିବାପରେ ଫାଟକ ସମୁଖ ରୁ ଉଠି ଯାଇଥିଲେ l କିନ୍ତୁ ଇଓ ଙ୍କ ବଦଳି ହେବନାହିଁ ଲିଖିତ ଆକାରେ ନଦେଲା ପଯ୍ୟନ୍ତ ଧାରଣା ଚାଲୁରହିବ କହିଥିଲେ l ଲିଖିତ ପ୍ରତିଶୃତି ନ ପାଇବାରୁ ପୁଣି ଏନ ଏ ସି କାର୍ଯ୍ୟାଳୟ ବାହାର କରି ଫାଟକ ରେ ତାଲା ପକାଇ ଧାରଣରେ ବସିରହିଛନ୍ତି l