June 29, 2024

ସକାଳର ଖବର, ୦୭-ଅକ୍ଟବର -୨୦୨୩, ଶନିବାର*

Share

*╭──────────────────╮*
*🌄ସକାଳର ଖବର, ୦୭-ଅକ୍ଟବର -୨୦୨୩, ଶନିବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର l

➡️୨-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସିଲା ଇମେଲ୍‌ ଯୋଗେ ହତ୍ୟା ଧମକ, ୫୦୦ କୋଟି ଟଙ୍କା ଦାବି କରିବା ଶହ ଜେଲରେ ଥିବା ଡନ୍‌ ଲରେନ୍ସ ବିଷ୍ନୋଇଙ୍କୁ ମୁକ୍ତ କରିବାକୁ କଲା ଦାବି l

➡️୩-ଶିଶୁ ଯୌନ ଶୋଷଣ ବିଷୟବସ୍ତୁକୁ ନେଇ ଏକ୍ସ, ୟୁଟ୍ୟୁବ୍ ଓ ଟେଲିଗ୍ରାମକୁ ନୋଟିସ୍ ପଠାଇଲା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ। ପ୍ଲାଟଫର୍ମରୁ ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ (ସିଏସଏଏମ୍) ହଟାଇବାକୁ ଦେଲା ଚେତାବନୀ l

➡️୪-ଦିଲ୍ଲୀରେ ଥିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଚିତ୍ତରଂଜନ ତ୍ରିପାଠୀ l ଏହି ପଦ ପାଇବାରେ ସେ ହେଲେ ପ୍ରଥମ ଓଡ଼ିଆ l

➡️୫-ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୨ୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଆସନ୍ତା ୯ତାରିଖରୁ ୩ଦିନ ଧରି ଆରମ୍ଭ ହେବ ଭୂମିପୂଜନ ଓ ଯଜ୍ଞ l

➡️୬-ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବାରମ୍ବାର ଶିଶୁବଦଳ ଅଭିଯୋଗ ପରେ ପଦକ୍ଷେପ, ଏଣିକି ନବଜାତକଙ୍କ ଗୋଡରେ ଲଗାଯିବ ଟ୍ୟାଗ l

➡️୭-ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରୁ ଫେରିଯିବ ମୌସୁମୀ ! ଅପସାରଣ ପାଇଁ ପାଗ ରହିଛି ଅନୁକୂଳ l

➡️୮-ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ, ୨ହଜାରରୁ ଅଧିକ ଲୋକେ ହେଲେଣି ଆକ୍ରାନ୍ତ l

➡️୯-୫ ଦଫା ଦାବି ନେଇ ଭୁବେନେଶ୍ୱର ଇଷ୍ଟକୋଷ୍ଟ ଜିଏମଙ୍କ ଅଫିସ୍ ଆଗରେ ରେଲୱେ ଷ୍ଟେସନ ସଫେଇ କର୍ମଚାରୀ ଦେଲେ ଧାରଣା । ମାସକୁ ୨୬ ଦିନ କାର୍ଯ୍ୟ ପରିବର୍ତ୍ତେ ୧୩ ଦିନ କାର୍ଯ୍ୟ ମିଳିବାକୁ ବିରୋଧ କଲେ କର୍ମଚାରୀ ।

➡️୧୦-ଦେଶର ବିକାଶ ପାଇଁ ସର୍ବଦା ଆଗରେ ଥିବା ନୀତିନ ଗଡ଼କରୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଗଡକରୀ’ ଖୁବ ଶୀଘ୍ର କରିବ ମୁକ୍ତିଲାଭ l

➡️୧୧-ମହାଦେବ ବେଟିଂ ଆପ୍: କପିଲ୍‌, ହୁମା, ହିନା ଓ ରଣବୀରଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ଇଡି ପଠାଇଲା ସମନ l

➡️୧୨-ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରୁ ଆସିଲା ନୋଟିସ l

➡️୧୩-ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଘୋଷଣା, ରାଜ୍ୟରେ ହେବ ଆଉ ୩ଟି ନୂଆ ଜିଲା l

➡️୧୪-ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ସେପଟେ ନୀତୀଶ ସରକାରଙ୍କୁ ହେଲା ନୋଟିସ୍‌ l

➡️୧୫-ହେଉଛି ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ । ଆଜି ପରଠାରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ଲାଗିବ ପ୍ରତିବନ୍ଧକ l

➡️୧୬-ରିଲାଏନ୍ସ କମ୍ପାନୀ ସହ ନୂଆ ଇନିଂସ ଆରମ୍ଭ କରିବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ। ଜିଓମାର୍ଟର ବ୍ରାଣ୍ଡ୍ ଆମ୍ବାସଡର ହେଲେ ମାହି l

➡️୧୭-ଏସିଆନ୍ ଗେମ୍ସ ଫାଇନାଲ ମହା ମୁକାବିଲାରେ ଆଜି ଭାରତ-ଆଫଗାନିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର ।

➡️୧୮-ଆଇସିସି କ୍ରିକେଟ୍‌ ବିଶ୍ବକପ୍‌-୨୦୨୩ : ବିଜୟ ସହ ବିଶ୍ୱକପ୍ ଆରମ୍ଭ କଲା ପାକିସ୍ତାନ, ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୮୧ ରନରେ କଲା ପରାସ୍ତ l

➡️୧୯-ପୂର୍ବ ଏସିଆଡ୍ ଚାମ୍ପିଅନ୍ ଜାପାନକୁ ୫-୧ ରେ ପରାସ୍ତ କରି ହକିରେ ସ୍ୱର୍ଣ୍ଣ ଜିତିଲା ଟିମ୍ ଇଣ୍ଡିଆ l ଟିମକୁ ଭିଡିଓ କଲ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଖେଳାଳି ଓ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଘୋଷଣା କଲେ ପୁରସ୍କାର ରାଶି l

➡️୨୦-ବଦଳିଲା ୭୨ ବର୍ଷର ଇତିହାସ, ୨୦୨୩ ଏସୀୟାନ ଗେମ୍ସରେ ଭାରତ ସୃଷ୍ଟି କଲା ଇତିହାସ, ୧୦୦ ପଦକ ପାଇଁ ହେଲା କନଫର୍ମ l