March 11, 2026

କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ

IMG-20250907-WA0074
Share

 

 

ଗାଙ୍ଗପୁର , ୦୭/୦୯,ସୋରଡା ବ୍ଳକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମରେ ସଂସ୍କୃତ ଶିକ୍ଷକ ଶ୍ୟାଘନ ଗୌଡ଼ ବେଦମନ୍ତ୍ର paatha କରିଥିବା ବେଳେ ଛାତ୍ରୀ ଚାନ୍ଦିନୀ ଗୌଡ଼ ଗୁର୍ବାଷ୍ଣ ଗାୟନ କରିଥିଲେ I ଶିକ୍ଷକ ପ୍ରଦୀପ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଗୁରୁଜୀଙ୍କ ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଶିକ୍ଷକ ଶ୍ୟାମଘନ ଗୌଡ଼ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ମାର୍ଗ ଦର୍ଶନ କରାଇଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ବିଜୟ କୁମାର ବେହେରା, ସମୀର୍ କୁମାର ଜେନା, ଝୂନା ନାଇକ, ବିଶ୍ୱ ରଞ୍ଜନ ସ୍ୱାଇଁ, ଜଗନ୍ନାଥ ମଲ୍ଲିକ,ମାମା ପ୍ରଧାନ, ନମିତା କୁମାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଛାତ୍ରଛାତ୍ରୀ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ I ଶିକ୍ଷକ ଶ୍ୟାମଘନ ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ରେଶ୍ମା ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ