March 12, 2026

ବେଗୁନିଆରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମହାବିଦ୍ଯାଳୟ ବିଦ୍ଯାର୍ଥୀ ସମ୍ମିଳନୀ ପାଳିତ

IMG-20250907-WA0060
Share

 

 

ବେଗୁନିଆ ବ୍ଳକ ଉପାନ୍ତ ଖବର ମାନସ ରଞ୍ଜନ କର ବେଗୁନିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବେଗୁନିଆରେ “ମହାବିଦ୍ଯାଳୟ ବିଦ୍ଯାର୍ଥୀ ସମ୍ମିଳନୀ”; ବେଗୁନିଆ ଖଣ୍ଡ କାର୍ଯ୍ଯବାହ ଡଃ. ଭାସ୍ୱର ବାଗମିତା ପରିଡାଙ୍କ ତତ୍ତ୍ୱାବଧାନରେ ରବିବାର ମଧ୍ଯାହ୍ନରେ ସଫଳତାର ସହ ପାଳିତ ହୋଇଯାଇଅଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆନୁକୂଲ୍ଯରେ ମୂଖ୍ଯ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସେନାପତି ଏବଂ ଶ୍ରୀଯୁକ୍ତ ସୁଜାତ ନାରାୟଣ ଶାନ୍ତିକାମୀ ଉପସ୍ଥିତ ଥିଲେ । ଏହି ମହାବିଦ୍ଯାଳୟ ବିଦ୍ଯାର୍ଥୀ ସମ୍ମିଳନୀ ଅବସରରେ “ଗୋଟିଏ ଆଦର୍ଶ ବିଦ୍ଯାର୍ଥୀର ରାଷ୍ଟ୍ର ନିର୍ମାଣ ଦିଗରେ ଭୂମିକା କ’ଣ ହେବା ଉଚିତ୍”ସେ ବିଷୟରେ ନିଜର ବକ୍ତବ୍ଯ ରଖିଥିଲେ । ଏହି ଭବ୍ଯ ସମାରୋହରେ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ସମସ୍ତ ମହାବିଦ୍ଯାଳୟର ବିଦ୍ଯାର୍ଥୀମାନେ ଯୋଗଦାନ କରି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ଯକ୍ରମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ବିଦ୍ୟାର୍ଥୀ ଭାଈମାନେ ଏକତ୍ରିତ ହୋଇ ଆଦର୍ଶ ବିଦ୍ଯାର୍ଥୀର ଜୀବନଚର୍ଯ୍ଯାକୁ ଭବିଷ୍ଯତରେ ପ୍ରତିଦିନ କିଭଳି ଭାବରେ ପାଳନ କରିବା ଶପଥ ଗ୍ରହଣ କରିଥିଲେ । ଜୟୀ ରାଜଗୁରୁ ଶାଖା ମୂଖ୍ଯ ଶିକ୍ଷକ ଶ୍ରୀମାନ୍ ଶୁଭ୍ରଜିତ୍ ସାହୁ ଏବଂ ବେଗୁନିଆ ଖଣ୍ଡ ଶାରିରୀକ ପ୍ରମୁଖ ଶ୍ରୀମାନ୍ ଆଶୁତୋଷ ପଣ୍ଡା କାର୍ଯ୍ଯକ୍ରମକୁ ଉପଯୁକ୍ତ ମାର୍ଗରେ ପରିଚାଳନା କରିଥିଲେ । ସମସ୍ତ ସ୍ୱୟଂ ସେବକ ଓ ମହାବିଦ୍ଯାଳୟ ବିଦ୍ଯାର୍ଥୀ ଭାଈମାନେ ଧ୍ୱଜ ପ୍ରଣାମ ଓ ମାତୃଭୂମି ବନ୍ଦନା କରି ପରିଶେଷରେ ଜଳପାନ କରି ନିଜ ନିଜର ଗୃହକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।